ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପ୍ରଚାର କଲେ ପାଣ୍ଡିଆନ । କହିଲେ, ହିଞ୍ଜିଳିର ରୂପାନ୍ତରଣ ମଡେଲ ପୂରା ରାଜ୍ୟରେ ଲାଗୁ ହେଉଛି ।

332

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ହିଞ୍ଜିଳି ପାଇଁ ହୋଇଥିବା ବିକାଶମୂଳକ କାମର ହିସାବ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ସ୍କୁଲ ରୂପାନ୍ତରଣ କାମ ଆରମ୍ଭ କରିଥିଲେ । ହିଞ୍ଜିଳିର ରୂପାନ୍ତରଣ ମଡେଲ ପୂରା ରାଜ୍ୟରେ ଲାଗୁ ହୋଇଛି । ମନ୍ଦିର ରୂପାନ୍ତରଣ ମଧ୍ୟ ହିଞ୍ଜିଳିରୁ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ପାଣ୍ଡିଆନ ।

୫ ବର୍ଷରେ ଥରେ ସୁଯୋଗ ଆସିଛି, ଏଥର ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ । ବିଜେଡିର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି । ହିଞ୍ଜିଳିବାସୀଙ୍କ ଗୋଟିଏ ଗୋଟିଏ ଭୋଟ ଓଡ଼ିଶାକୁ ସଶକ୍ତ କରିବ । ଆଗକୁ ହିଞ୍ଜିଳି ସବୁଥିରେ ଏକ ନମ୍ବର ହେବ ବୋଲି କହିଛନ୍ତି ପାଣ୍ଡିଆନ ।