ଭାରତ ବନାମ ଇଂଲଣ୍ଡ : ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଖେଳାଳୀ ତାଲିକା ଘୋଷଣା । ଏହି ଖେଳାଳୀଙ୍କୁ ମିଳିଲା ସ୍ଥାନ

1,017

କନକ ବ୍ୟୁରୋ : ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ତା’ର ଖେଳାଳୀ ଘୋଷଣା କରିଛି । ଶେଷ ଦୁଇଟି ମ୍ୟାଚ୍ ଅହମଦାବାଦ ଠାରେ ଖେଳାଯିବ । ଏହି ସିରିଜ୍ ର ତୃତୀୟ ମ୍ୟାଚ୍ ୨୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି    । ସେହିଭଳି ଶେଷ ଟେଷ୍ଟ ମ୍ୟାଚ୍ ଟି ମାର୍ଚ୍ଚ ୪ ତାରିଖ ଠାରୁ ଆରମ୍ଭ ହେବ । କହିରଖୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଖେଳା ଯାଇଥିବା ଦୁଇଟି ମ୍ୟାଚରୁ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୩୧୭ ରନ୍ ରେ ଇଂଲଣ୍ଡ ଠାରୁ ବିଜୟୀ ହୋଇଥିଲା ।

ଶେଷ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ହେଲେ ଉମେଶ ଯାଦବଙ୍କୁ ଟିମ୍ ରେ ସାମିଲ କରାଯାଇଛି । ଏହାସହ ଶାର୍ଦ୍ଦୁଲ ଠାକୁରଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଦଳ ପଠାଇ ଦେଇଛି । ଏହି ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦ ଠାରେ ପିଙ୍କ୍ ବଲରେ ଖେଳାଯିବ । ଏହାସହ ଇଂଲଣ୍ଡ ବିରୋଧରେ ଭାରତ ପ୍ରଥମ ଥର ପାଇଁ ଦିବା ରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । କହିରଖୁ କି ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଥିବା ବେଳେ ଏଡିଲେଡ୍ ଠାରେ ଦିବା ରାତ୍ର ମ୍ୟାଚ୍ ଖେଳିଥିଲା । ହେଲେ ଏହି ମ୍ୟାଚରେ ଭାରତୀୟ ଦଳ ପରାଜୟ ବରଣ କରିଥିଲା ।

ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ଖେଳାଳୀ ତାଲିକାରେ ରହିଛନ୍ତି , ବିରାଟ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ୍ ଗିଲ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହେଣେ, କେ.ଏଲ୍ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ଥ, ରିଦ୍ଧିମାନ ଶାହା, ଆର, ଅଶ୍ୱନୀ, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, ଇଶାନ୍ତ ଶର୍ମା, ଜସପ୍ରିତ୍ ବୁମରା, ମହମ୍ମଦ ସିରାଜ ।