ଧାମନଗର ଉପନିର୍ବାଚନ ନେଇ ସବୁଠାରୁ ବଡ ଖବର… କାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ରାଜୁ ଦାସ।

536

କନକ ବ୍ୟୁରୋ: ଧାମନଗର ରାଜନୀତିରେ ରୋଚକ ମୋଡ, କାଲି ନାମାଙ୍କନ ଭରିବେ ରାଜୁ ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜୁ ଦାସ । ଏନେଇ ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରାଜୁ । ବିଜେଡି ଗତକାଲି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସକୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ସେହି ସମୟରେ ରାଜୁଙ୍କୁ ବିଜେଡିର ପ୍ରମୁଖ ପ୍ରାର୍ଥୀ ଭାବେ ଗଣନା କରାଯାଉଥିଲା । କିନ୍ତୁ ଦଳ ସରପ୍ରାଇଜ କରି ଅବନ୍ତିଙ୍କୁ ଟିକେଟ ଦେଇଥିଲା । ନିଜେ ରାଜୁ ମଧ୍ୟ କହିଥିଲେ ଅବନ୍ତି ମୋ ସମ୍ପର୍କୀୟ ମୁଁ ତାଙ୍କୁ ଜିତାଇବା ପାଇଁ ସମସ୍ତ ଉଦ୍ୟମ କରିବି । ତେବେ ବର୍ତ୍ତମାନ ରାଜୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।