ଦୟନୀୟ ସ୍ଥିତିରେ କଳାକାର । ଭତ୍ତା ପାଇବା ପାଇଁ ଦେଉଛନ୍ତି ପରୀକ୍ଷା ।

243

କନକ ବ୍ୟୁରୋ: ଭତ୍ତା ଟଙ୍କା ପାଇଁ କଳାକାର ଦେଉଛନ୍ତି ପରୀକ୍ଷା । ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ସମସ୍ତ କଳାକାର । ହଜିଯାଉଥିବା କଳାକୁ ବଞ୍ଚାଇ ରଖିବାକୁ ଘୋଷଣା ହୋଇଛି ଭତ୍ତା ।  ହେଲେ ଭତ୍ତା ପାଇବାକୁ ଚାଲିଛି ପରୀକ୍ଷା । କଳାକାର ମାନେ ସାଜିଛନ୍ତି ପରୀକ୍ଷାର୍ଥୀ । ଏଭଳି ଖବର ଆସିଛି ଜୟପୁରର ଟାଉନ ହଲ ଅଞ୍ଚଳରୁ । ପରୀକ୍ଷାର୍ଥୀ ମାନଙ୍କୁ ନିରୀକ୍ଷଣ କରୁଛନ୍ତି ପୌର ଅଧିକାରୀ ଓ କିଛି କଳାପ୍ରେମୀ । ସେହି ହଲରେ ବସି କିଏ ଚିତ୍ର ଆଙ୍କୁଛି ତ ଆଉ କିଏ ମୂୂର୍ତ୍ତି ଗଢୁଛି । ଆଉ କିଏ ବସି ଅଧିକାରୀଙ୍କ ସାମନାରେ ନିଜ କଳାର ପରିଚୟ ଦେଉଛି । ଭତ୍ତା ଟଙ୍କା ପାଇଲେ ପରିବାର ଚଳିବ । ଏନେଇ ସବୁ କଳାକାର ନିଜ ଦକ୍ଷତା ଦେଖେଇବାକୁ ଲାଗିପଡ଼ିଛନ୍ତି । ଦିନକୁ ଦିନ କଳାକାର ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ଭତା ପାଇଁ ବି ସେମାନଙ୍କୁ ଦେବାକୁ ପଡୁଛି ପରୀକ୍ଷା । ଆଉ ଚୟନ ହେଲେ ମିଳିବ ସେମାନଙ୍କୁ ଏହି ଭତ୍ତା ଆଉ ବୀମା ରାଶି ।