ତରଳୁଛି ଆଣ୍ଟାର୍କଟିକାର ବରଫ ଚାଦର: ଗ୍ଲାସିଅର ଉପରେ ଗ୍ଲୋବାଲ ୱାର୍ମିଂର କୁପ୍ରଭାବ

186

କନକ ବ୍ୟୁରୋ: ଜଳବାୟୁ ପରିବର୍ତନର ଭୟଙ୍କର ପରିଣାମ ଦେଖିବ ବିଶ୍ୱ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ପାଇବା ସହ ଏହାର ପ୍ରଭାବ ଆଂଟାର୍କଟିକାର ଗ୍ଲେସିୟର ଉପରେ ପଡୁଛି । ପରିଣାମ ସ୍ୱରୂପ ‘ସ୍ଲିପିଂ ଜାଏଂଟ୍’ ବୋଲାଉଥିବା ପୂର୍ବ ଆଂଟାର୍କଟିକ୍ ବରଫ ଚାଦର ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଭିବଷ୍ୟତରେ ବଡ ଧରଣର ପ୍ରଳୟ ଆଣିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଯଦି ଅଙ୍ଗାରକାମ୍ଳ ବୃଦ୍ଧିରେ ବ୍ରେକ୍ ନ ଲାଗେ ତାହାଲେ ଇଷ୍ଟ ଆଂଟାର୍କଟିକାରେ ଥିବା ବରଫ ଚାଦର ସମ୍ପୂର୍ଣ୍ଣ ତରଳି ଯିବ । ଏଥିପାଇଁ ସମୁଦ୍ରରେ ଜଳସ୍ତର ଅଚାନକ ବୃଦ୍ଧି ହୋଇପାରେ । ଯାହା ମଣିଷ ସମାଜ ପାଇଁ ବିପଦ ଆଣିପାରେ । ସମୁଦ୍ର କୂଳରେ ଥିବା ସହରଗୁଡିକ ଆଗାମୀ କିଛି ଦିନରେ ବୁଡିଯିବାର ସମ୍ଭାବନା ରହିଛି । ଏହାକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସାଟେଲାଇଟ୍ ଇମେଜ୍ରୁ ସଂଗ୍ରହ କରାଯାଇଥିବା ତଥ୍ୟକୁ ନେଇ ରିପୋର୍ଟ ସଂଗ୍ରହ କରିଛି ଅଷ୍ଟ୍ରେଲିଆ ସ୍ଥିତ ଭିକ୍ଟୋରିଆ ୟୁନିଭର୍ସିଟି । ଆଂଟାର୍କଟିକ୍ ଉପରେ ରିସର୍ଚ୍ଚ କରୁଥିବା ୟୁନିଭର୍ସିଟିର ଏକ ଟିମ୍ ସୂଚନା ଦେଇଛି, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅଙ୍ଗାରକାମ୍ଳ ସ୍ତର ୬୦୦ ପିପିପି ବା ପାର୍ଟସ୍ ପର୍ ମିଲିଅନ୍ ଟପିଗଲେ ଆଂଟାର୍କଟିକାର ସ୍ଲିପିଂ ଜାଏଂଟ୍କୁ ତରଳିବାରେ ରୋକାଯାଇ ପାରିବ ନାହିଁ । ଯାହା ବିଶ୍ୱ ପାଇଁ ପ୍ରଳୟ ଆଣିବ । ହଜାର ହଜାର ବର୍ଷ ଧରି ସ୍ଥିର ଥିବା ସ୍ଲିପିଂ ଜାଏଂଟ୍ ଏବେ ତରଳିବା ଆରମ୍ଭ କରିଛି ।

ତରଳୁଛି ଆଂଟାର୍କଟିକ୍ ବରଫ ଚାଦର
– ତରଳିଯିବ ଆଂଟାର୍କଟିକାର ବିଶାଳ ବରଫ ଚାଦର
– ବିପଦରେ ବାୟୁମଣ୍ଡଳର ରକ୍ଷା କବଚ
– ଦୁର୍ବଳ ହେଉଛି ପୂର୍ବ ଆଂଟାର୍କଟିକାର ବରଫ ଚାଦର
– ଆଂଟାର୍କଟିକାର ବିଶାଳ ବରଫ ଚାଦର ତରଳିବାରେ ଲାଗିଛି
– ଦ୍ରୁତ ଗତିରେ ତରଳୁଛି ବିଶ୍ୱର ସର୍ବବୃହତ୍ ବରଫ ଚାଦର
– ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁଁ ତରଳୁଛି ଗ୍ଲାସିଅର
– ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ପାଇଁ ତରଳୁଛି ‘ସ୍ଲିପିଂ ଜାଏଂଟ୍’
– ବିପଦରେ ଆଂଟାର୍କଟିକ୍ ‘ସ୍ଲିପିଂ ଜାଏଂଟ୍’

ବିପଦ ଆଣିବ ଅଙ୍ଗାରକାମ୍ଳ ବୃଦ୍ଧି
– ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧିର ଭୟଙ୍କର ପରିଣତି
– ଦ୍ରୁତ ଗତିରେ ତରଳୁଛି ଆଂଟାର୍କଟିକାର ଗ୍ଲାସିଅର
– ଦୁର୍ବଳ ହେବାରେ ଲାଗିଛି ପୂର୍ବ ଆଂଟାର୍କଟିକାର ବିଶାଳ ଗ୍ଲାସିଅର୍
– ଅଙ୍ଗାରକାମ୍ଳ ବୃଦ୍ଧିରେ ରୋକ୍ ନଲାଗିଲେ ବିଶ୍ୱ ପାଇଁ ବିପଦ
– ଗ୍ଲାସିଅର ତରଳି ସମୁଦ୍ରକୁ ମାଡି ଆସିବ
– ବରଫ ତରଳି ସମୁଦ୍ରରେ ମିଶିବ
– ସମୁଦ୍ରର ଜଳସ୍ତର ୧୭୦ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା
– ତଟବର୍ତ୍ତୀ ଦେଶଗୁଡିକ ଉପରେ ପଡିବ ସାଂଘାତିକ୍ ପ୍ରଭାବ
– ବାଙ୍ଗଲାଦେଶ, ଶ୍ରୀଲଙ୍କା ଭଳି ଛୋଟ ଦ୍ୱୀପ ସମୁଦ୍ରରେ ଲୀନ ହୋଇଯିବ

କ’ଣ ଏହି ‘ସ୍ଲିପିଂ ଜାଏଂଟ୍’?
– ବାୟୁମଣ୍ଡଳର ରକ୍ଷା କବଚ ଆଂଟାର୍କଟିକ୍ ଗ୍ଲାସିଅର
– ଆଂଟାର୍କଟିକାରେ ବିଶାଳ ବରଫ ଚାଦରକୁ ନେଇ ଚେତାବନୀ
– ଦ୍ରୁତ ଗତିରେ ତରଳୁଛି ବରଫ ଚାଦର
– ଆଂଟାର୍କଟିକାର ବରଫ ଚାଦରକୁ କୁହାଯାଏ ‘ସ୍ଲିପିଂ ଜାଏଂଟ’
– ହଜାର ହଜାର ବର୍ଷ ଧରି ସୁରକ୍ଷା ଯୋଗାଉଛି ‘ସ୍ଲିପିଂ ଜାଏଂଟ’
– ଜଳବାୟୁ ପରିବର୍ତ୍ତନ ପାଇଁ ଏବେ ବିପଦରେ ‘ସ୍ଲିପିଂ ଜାଏଂଟ’

ଗ୍ଲାସିଅର ତରଳିବାର ପ୍ରଭାବ ଓଡିଶା ଉପରେ ବି ପଡିବାର ସମ୍ଭାବନା ରହିଛି । ଗ୍ଲାସିଅର ତରଳିବା ଫଳରେ ବଢି ବଢି ଚାଲିଛି ସମୁଦ୍ରର ଜଳସ୍ତର । ସମୁଦ୍ର ଯେଉଁ ଭଳି ଢଙ୍ଗରେ ଉପକୂଳକୁ ମାଡ଼ି ଆସୁଛି, ଏହି ଧାରା ବଜୟ ରହିଲେ, ସମୁଦ୍ରରେ ଲୀନ ହୋଇଯିବ ପୁରୀ ସ୍ୱର୍ଗଦ୍ୱାର । ପୁରୀ ସହରର ସମୁଦ୍ରକୂଳରେ ଗଢ଼ି ଉଠୁଥିବା ମାଳ ମାଳ ହୋଟେଲ ସମେତ ସ୍ୱର୍ଗଦ୍ୱାରକୁ ସମୁଦ୍ରର ଆଁରୁ ରକ୍ଷା କରିବା ଏକ ଆହ୍ୱାନ ହୋଇଯିବ । ୨୦୫୦ ସୁଦ୍ଧା ଏଭିଳି କିଛି ସଂକଟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ଭାରତ ସମେତ ଅନ୍ୟାନ୍ୟ ଦେଶରୁ ସାମିଲ ଥିବା ଏକ ଗବେଷକ ଦଳ । ନେଦରଲାଣ୍ଡର ପ୍ରତିଷ୍ଠିତ ଜର୍ଣ୍ଣାଲ-ସାଇନ୍ସ ଅଫ୍ ଦି ଟୋଟାଲ ଏନ୍ଭାଇରନମେଂଟରେ ଏହି ବିଷୟରେ ଏକ ଆଲେଖ୍ୟ ପ୍ରକାଶ ପାଇଛି ।

ସମୁଦ୍ରରେ ଲୀନ ହୋଇଯିବ ସ୍ୱର୍ଗଦ୍ୱାର!
– ସମୁଦ୍ରରେ ବୁଡିଯିବ ପୁରୀ ସ୍ୱର୍ଗଦ୍ୱାର!
– ବୁଡ଼ିଯିବ ଗାଁ, ନିଶ୍ଚିହ୍ନ ହୋଇଯିବ ଚିଲିକା!
– ୨୦୫୦ ସୁଦ୍ଧା ଓଡ଼ିଶାର ୪୮୦ କିମି ଉପକୂଳରୁ ୪୫% ଅବକ୍ଷୟ ହେବ
– ଓଡ଼ିଶାର ପ୍ରାୟ ୨୦୦ କିମି ସମୁଦ୍ର ଉପକୂଳ ଅବକ୍ଷୟ ମୁହାଁ ହେଉଛି
– ୩୦ବର୍ଷରେ ଅସ୍ତିତ୍ୱ ହରାଇବ ଚିଲିକା
– ସାତଭାୟା ଭଳି ଅନେକ ଗାଁ ଜନଶୂନ୍ୟ ହେବାର ଆଶଙ୍କା ରହିଛି
– ଚାନ୍ଦିପୁରରୁ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ଅବକ୍ଷୟ ଆରମ୍ଭ ହୋଇସାରିଛି
– ଚିଲିକାରେ ସମୁଦ୍ର ମୁହାଣ ପୋତି ହୋଇଯାଉଛି ।
– ଚିଲିକା କ୍ରମେ ପଶ୍ଚିମ ଦିଗକୁ ଘୁଂଚି ଯାଉଛି