ଆଜି ଘଷିପୁରା ନାମାଙ୍କନ ଭରିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ପ୍ରାର୍ଥିପତ୍ର ।

ସେପଟେ ବେଗୁନିଆ ଆସନ ପାଇଁ ନାମାଙ୍କନ ଭରିବେ ପୃଥ୍ୱୀବଲ୍ଲବ

330

କନକ ବ୍ୟୁରୋ: ଆଜି ଘଷିପୁରା ଆସନ ପାଇଁ ନାମାଙ୍କନ ଭରିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ । ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । କିଛିଦିନ ତଳେ ଜନସଭା କରି ସ୍ୱାଧୀନ ଭାବେ ଲଢିବାକୁ ଘୋଷଣା କରିଥିଲେ ଖଣ୍ଡପଡା ବିଧାୟକ । ଘଷିପୁରାରେ ପରିବର୍ତ୍ତନ ପାଇଁ ଏଭଳି ନିଷ୍ପତ୍ତିି ନେଇଥିବା କଥା କହିଥିଲେ ସୌମ୍ୟ ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ କଟକ-ବାରବାଟୀର ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ନିଜ ନାମାଙ୍କନ ଭରିବେ । ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ ମଧ୍ୟ ଖୋର୍ଦ୍ଧା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ । ବେଗୁନିଆ ବିଧନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ବି ଆଜି ନିଜ ନାମାଙ୍କନ ଭରିବେ । ସେପଟେ ପୁରୀ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଊମା ବଲ୍ଲଭ ରଥ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । ଗତକାଲି ସନ୍ଧ୍ୟାରେ ପ୍ରଚାରବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଜି ନାମାଙ୍କନ ଭରିବାବେଳେ ପୁରୀ ପ୍ରଶାସନ ଠାରୁ ସୁରକ୍ଷା ଲୋଡିଛନ୍ତି ଊମା ବଲ୍ଲଭ ।