ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ନବୀନଙ୍କ ସହ ମମତା କରିବେ ଆଲୋଚନା

150

କନକ ବ୍ୟୁରୋ: ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ପୁରୀରୁ ଆସି ନବୀନ ନିବାସରେ ପହଞ୍ଚିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ମମତା କରିବେ ଆଲୋଚନା । ଦୁଇ ନେତାଙ୍କ ଆଲୋଚନା ଉପରେ ରହିଛି ସମସ୍ତଙ୍କ ନଜର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମମତା ତୃତୀୟ ସାମୁଖ୍ୟ ଗଠନ କରିବେ ବୋଲି ବିଶେଷଜ୍ଞ କହୁଛନ୍ତି । ଅଣ ବିଜେପି, ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ କରି ତାର ନେତୃତ୍ୱ ମମତା ନେଇ ପାରନ୍ତି ବୋଲି ଚର୍ଚା ହେଉଛି ।

ଏହି ଚର୍ଚାର ଖୋରାକ ଯୋଗାଉଛି ନବୀନ ମମତା ଭେଟଘାଟ । ଦୁଇ ଭାଇ ଭଉଣୀ ମିଶି କିଛି ବଡ ନିଷ୍ପତି ନେବେ କି ତାହା ମଧ୍ୟ ଏହି ସମୟର ଗୋଟିଏ ବଡ ପ୍ରଶ୍ନ ଅଟେ । ମମତା ଯଦି ନବୀନଙ୍କୁ ତୃତୀୟ ସାମ୍ମୁଖ୍ୟ ପାଇଁ ନିମନ୍ତ୍ରଣ କରନ୍ତି ନବୀନଙ୍କ ଉତର କଣ ହେବ? ସମଦୂରତ୍ୱର ଫରମୂଲାକୁ ନିଜ ରାଜନୈତିକ ଚିନ୍ତାଧାରାରେ ସବୁବେଳେ ରଖିଥିବା ନବୀନ ମମତଙ୍କୁ କଣ ଦେଇପାରନ୍ତି ଉତର, ତାକୁ ନେଇ ଅଲୋଚନା ଜୋରଧରିଛି ।