ମମତା-ନବୀନ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା: ଅଣ ବିଜେପି-ଅଣ କଂଗ୍ରେସ ମେଣ୍ଟ ଉପରେ ହୋଇପାରେ ଆଲୋଚନା

279

କନକ ବ୍ୟୁରୋ: ଗତକାଲି ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆଜି ନବୀନଙ୍କୁ ଭେଟିବେ ମମତା । ଜଗନ୍ନାଥଙ୍କ ପରମ ଭକ୍ତ ହେଉଛନ୍ତି ମମତା । ପ୍ରଥମେ ଜଗନ୍ନାଥଙ୍କୁ ଭେଟି ମା ମାଟି ମାନୁଷ ଗୋତ୍ରରେ ପଶ୍ଚିମବଙ୍ଗ ଓ ଓଡିଶା ଜନତାଙ୍କର ଶୁଭ ମନାସିଛନ୍ତି ମମତା । ଆଜି ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବାବେଳେ ମମତା ନବୀନଙ୍କ ସହ କଣ କଥା ହେବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚା ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମମତା ତୃତୀୟ ସାମୁଖ୍ୟ ଗଠନ କରିବେ ବୋଲି ବିଶେଷଜ୍ଞ କହୁଛନ୍ତି । ଅଣ ବିଜେପି, ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ କରି ତାର ନେତୃତ୍ୱ ମମତା ନେଇ ପାରନ୍ତି ବୋଲି ଚର୍ଚା ହେଉଛି । ଏହି ଚର୍ଚାର ଖୋରାକ ଯୋଗାଉଛି ନବୀନ ମମତା ଭେଟଘାଟ । ଦୁଇ ଭାଇ ଭଉଣୀ ମିଶି କିଛି ବଡ ନିଷ୍ପତି ନେବେ କି ତାହା ମଧ୍ୟ ଏହି ସମୟର ଗୋଟିଏ ବଡ ପ୍ରଶ୍ନ ଅଟେ । ମମତା ଯଦି ନବୀନଙ୍କୁ ତୃତୀୟ ସାମ୍ମୁଖ୍ୟ ପାଇଁ ନିମନ୍ତ୍ରଣ କରନ୍ତି ନବୀନଙ୍କ ଉତର କଣ ହେବ? ସମଦୂରତ୍ୱର ଫରମୂଲାକୁ ନିଜ ରାଜନୈତିକ ଚିନ୍ତାଧାରାରେ ସବୁବେଳେ ରଖିଥିବା ନବୀନ ମମତଙ୍କୁ କଣ ଦେଇପାରନ୍ତି ଉତର, ତାକୁ ନେଇ ଅଲୋଚନା ଜୋରଧରିଛି ।

କେଜ୍ରିୱାଲ ଡାକିଲେ, କେହି ଆସିଲେନି
-ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କ ତୃତୀୟ ସାମ୍ମୁଖ୍ୟ ଚେଷ୍ଟା
-ଡିନର ପାର୍ଟିକୁ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ନିମନ୍ତ୍ରଣ
-ମାର୍ଚ୍ଚ ୧୮ରେ ଆୟୋଜିତ ହୋଇଥିଲା ଏହି ଡିନର ପାର୍ଟି
– ପଂଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ବ୍ୟତିତ ଆସିଲେନି କୌଣସି ମୁଖ୍ୟମନ୍ତ୍ରୀ
-ବିଭିନ୍ନ କାରଣ ଦେଖାଇ ଡିନର ପାର୍ଟିକୁ ଏଡାଇ ଗଲେ
-ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଥିଲା
-କେରଳ, ତାମିଲନାଡୁ, ଓ ପଂଜାବ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ଥିଲା
-ପୂର୍ବରୁ ମଧ୍ୟ ବିରୋଧୀ ନେତା ଆପ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ
– ବିନା କଂଗ୍ରେସରେ ବିରୋଧୀଙ୍କ କେଜ୍ରିୱାଲଙ୍କ ଉପରେ ନାହିଁ ବିଶ୍ୱାସ !

ମୋଦୀ ବିରୋଧଙ୍କ ସହ ମମତାଙ୍କ ଭେଟ
-ଏକଲା ଚାଲୋ ରାସ୍ତାରେ ମମତା
-ସପାମୁଖ୍ୟଙ୍କୁ କିଛି ଦିନ ପୂର୍ବରୁ ଭେଟିଥିଲେ
-ଅଖିଳେଶଙ୍କୁ ଭେଟି ମେଣ୍ଟର ସଙ୍କେତ ଦେଇଥିଲେ
-ମେଣ୍ଟରେ ରହିବ ନାହିଁ କଂଗ୍ରେସ ବୋଲି ସ୍ପଷ୍ଟ କରିଥିଲେ
-ମମତା-ନବୀନ ଭେଟକୁ ନେଇ ଏବେ ବଢିଛି ଚର୍ଚ୍ଚା
– ଏ ଭେଟଘାଟ ସଫଳ ହେଲେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ ସମ୍ଭାବନା
-ତୃତୀୟ ସାମ୍ମୁଖ୍ୟ ନେତୃତ୍ୱକୁ ନେଇ ବଢୁଛି ଚର୍ଚା
-ନୀତିଶ, କେସିଆର, କେଜ୍ରିୱାଲ, ମମତା ତୃତୀୟ ସାମ୍ମୁଖ୍ୟର ଦାବିଦାର

ତୃତୀୟ ସାମ୍ମୁଖ୍ୟର ପ୍ରସ୍ତୁତି ସମୟରେ କୌଣସି ନେତା କଂଗ୍ରେସ ସହ ରହିବାକୁ ଚାହୁଁନାହାନ୍ତି । ଯେଉଁ ନେତା ମାନେ ତୃତୀୟ ସାମ୍ମୁଖ୍ୟ ବିଷୟରେ ଚିନ୍ତା କରୁଛନ୍ତି ସେମାନେ ନିଜେ ନିଜେ ଯାଇ ଅନେକ ଆଂଚଳିକ ଦଳକୁ ଭେଟୁଛନ୍ତି । ଏଇ ଭେଟଘାଟର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ରାଜନୈତିକ ସମୀକ୍ଷକ । ସେମାନଙ୍କ ମତରେ କଂଗ୍ରେସକୁ ଛାଡି ବିରୋଧୀ ଏକାଠି ହେବା ନହୋଇପାରେ ଫଳପ୍ରଦ । ପୂର୍ବରୁ ୨୦୧୯ ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଏକାଠି ହୋଇଥିଲେ । ତାହା ବିଶେଷ ଫଳପ୍ରଦ ହୋଇପାରିନଥିଲା । ୨୪ ପାଇଁ ତୃତୀୟ ସାମ୍ମୁଖ୍ୟ ନେଇ ଚିନ୍ତ କରୁଥିବା ନେତାଙ୍କ ପରବର୍ତ୍ତୀ ଚାଲ କଣ ହେବ ତାକୁ ନେଇ ଏବେ ଚର୍ଚା ଜୋର ଧରିଛି ।