ସୌମ୍ୟ ରଞ୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ନାପସନ୍ଦ: ନବୀନଙ୍କ ଦସ୍ତଖତକୁ ନେଇ ସନ୍ଦେହ କଲେ ସୌମ୍ୟ

248

କନକ ବ୍ୟୁରୋ: ବିନା କୌଣସି ନୋଟିସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ନେତା ଓ ବରିଷ୍ଠ ସାମ୍ବାଦିକ । ରାଜ୍ୟର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କ ପାଇଁ ଜଣେ ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସହଜରେ ଗ୍ରହଣ ପାରି ନାହାନ୍ତି ବିରୋଧୀ । ବିରୋଧୀ ନେତା ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।

ଆମ ଘରର ହାଲଚାଲ ଆଲେଖ୍ୟରେ ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା ସଂପର୍କରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯାହା ଆଶଙ୍କା କରିଥିଲେ ତାହା ସତ ହୋଇଛି । ସୌମ୍ୟ ରଞ୍ଜନ ତାଙ୍କ ଆଲେଖ୍ୟରେ ନବୀନଙ୍କ ବିରୋଧରେ ପଦୁଟିଏ କହିନଥିଲେ । ବରଂ ସେ ନବୀନଙ୍କୁ ବାରମ୍ବାର ପ୍ରଶଂସା କରି ଆସିଛନ୍ତି । ନବୀନ ଓଡିଶାବାସୀଙ୍କ ଆର୍ଶୀବାଦ ପାଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏଥିରେ ସନ୍ଦେହ ନାହିଁ ବୋଲି ଆଲେଖ୍ୟରେ ଲେଖିଛନ୍ତି । ଦଳ ବିରୋଧରେ ମଧ୍ୟ କୌଣସି ମନ୍ତବ୍ୟ ଦେଇନାହାନ୍ତି । ଓଡିଶାରେ ବିଜେଡି ସହ ଲଢ଼ିବା ଭଳି ବିରୋଧୀ ଏପର୍ଯ୍ୟନ୍ତ ଦେଖାଯାଉନାହାନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ ।

ହେଲେ, ସେ ଫାଇଭ-ଟି ସଚିବ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ବୁଲିବାକୁ ନେଇ ପ୍ରଶ୍ନ ଉଠାଇ ଆସିଛନ୍ତି । ସଚିବଙ୍କ ଗସ୍ତ ଦ୍ୱାରା ସାଧାରଣ ଲୋକଙ୍କର କଣ ଲାଭ ହେଉଛି ତାହା ଜାଣି ହେଉନଥିବା ଆଲେଖ୍ୟରେ ଉଲେଖ କରିଥିଲେ । ଯାହାର ମୂଲ୍ୟ ତାଙ୍କୁ ଦେବାକୁ ପଡିଛି । ଆଉ ସ୍ପଷ୍ଟ ହୋଇଯାଇଛି, ରାଜ୍ୟରେ ମନ୍ତ୍ରୀ ନୁହେଁ ସଚିବ ବଡ । ମୁଖ୍ୟମନ୍ତ୍ରୀ ନେତାଙ୍କ ଅପେକ୍ଷା ସଚିବଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି । ଯାହାକି ଅଣ ସାମ୍ବିଧାନିକ ।

ରାଜ୍ୟର ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କ ପାଇଁ ଜଣେ ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସହଜରେ ଗ୍ରହଣ ପାରି ନାହାନ୍ତି ବିରୋଧୀ । ଏହା ଅଗଣତାନ୍ତ୍ରିକ ବୋଲି କହିବା ସହ ଏହାକୁ ନିନ୍ଦା କରିଛନ୍ତି ।

ତେବେ ବିଜେଡି ନେତାଙ୍କ ପାଖରେ କୌଣିସି ଉତର ନାହିଁ । କେବଳ ସଚିବଙ୍କ ସୁରକ୍ଷାରେ ସୌମ୍ୟ ରଞ୍ଜନଙ୍କ କଥାକୁ ଦଳ ବିରୋଧୀ କହି ବୟାନ ଦେଉଛନ୍ତି । ହେଲେ, ସୌମ୍ୟରଞ୍ଜନ ଏବେ ନୁହେଁ ସେ ୧୯୯୫ରୁ ୨୦୦୦ ମସିହା ଭିତରେ, ଯେତେବେଳେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ସରକାରଙ୍କ ଦୁର୍ନୀତି ପଦାକୁ ଆଣୁଥିଲେ । ଆଉ ସରକାରଙ୍କୁ ଠିକ୍ କେଉଁଟା ଭୁଲ କେଉଁଟା ଦେଖାଉଥିଲେ । ଯାହାକୁ ମନେ ପକାଇ ଦେବା ସହ ବିଜେଡି ନେତାଙ୍କୁ ଆଇନ ଦେଖାଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ତେବେ ପ୍ରଶ୍ନ ଉଠୁଛି, ସତରେ କଣ ଏତେ ଅସହାୟ ବିଜେଡି ବିଧାୟକ, ସାଂସଦ ଓ ମନ୍ତ୍ରୀ?
– ସଚିବଙ୍କୁ କଣ ପାଇଁ ଭୟ କରୁଛନ୍ତି ବିଜେଡି ନେତା?
– ଦଳ ଭିତରେ ଯାହା ଚାଲିଛି ନବୀନ ସବୁ ଜାଣିଛନ୍ତି ତ?
– ଯେଉଁ ନେତାମାନେ ବୟାନ ଦେଉଛନ୍ତି ସେମାନେ କେବେ ନବୀନଙ୍କୁ ଭେଟିଥିଲେ?