ମୁମ୍ବାଇରେ ବଢ଼ିଲା କଟକଣା । ନୂଆବର୍ଷ ଯାଏଁ ମାୟାନଗରୀରେ ୧୪୪ ଧାରା ଜାରି

170

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ସ୍ଥିତିର ମୁକାବିଲା ପାଇଁ କଟକଣା ବି କଡ଼ାକଡ଼ି କରିଛନ୍ତି  । ବଢୁଥିବା ସଂକ୍ରମଣକୁ  ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଠୋର କରିଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଧାରା ୧୪୪କୁ ବଳବତ୍ତର ରଖାଯିବ । ମହାରାଷ୍ଟ୍ରରେ ପ୍ରବେଶ ପୂର୍ବରୁ ସ୍ୱତନ୍ତ୍ର ଯାଞ୍ଚ ବ୍ୟବସ୍ଥା କରାଯାଇଛି  ରାଜ୍ୟରେ ପ୍ରବେଶ ପାଇଁ କରୋନାର ଉଭୟ ଡୋଜ ଟିକା ନେଇଥିବା କିମ୍ବା ୭୨ ଘଂଟା ପୂର୍ବର ଆରଟି-ପିସିଆର ରିପୋର୍ଟକୁ ବାଧ୍ୟତାମୁଳକ କରାଯାଇଛି । ସେହିପରି ମାର୍କେଟ କମପ୍ଲେକ୍ସ, ମଲ, ସିନେମା ହଲ ଆଦି ଜାଗା ଗୁଡିକରେ ମଧ୍ୟ ଉଭୟ ଡୋଜ ଟୀକାକୁ ବାଧ୍ୟତା ମୁଳକ କରାଯାଇଛି ।

ମହାରାଷ୍ଟ୍ରରେ ଜଣକ ପରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି  । ନିକଟରେ ମହାରାଷ୍ଟ୍ରରେ ଏମିତି ୮ ଜଣ ଏମିତି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯେଉଁମାନେ ବିଦେଶ ଯାଇଥିବାର କୌଣସି ପ୍ରମାଣ ମିଳି ନାହିଁ  । ହେଲେ ସେମାନେ କିପରି କରୋନାର ଏହି ନୂଆ ଭାରିଏଂଟରେ ସଂକ୍ରମିିତ ହେଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।