ଫେସବୁକ୍ ପୋଷ୍ଟ ଯୋଗୁଁ ଲଙ୍କାକାଣ୍ଡ । ମନ୍ଦିରରେ ଭଙ୍ଗାରୁଜା , ଅନେକ ଘର ଦୋକାନ ନଷ୍ଟ

371

କନକ ବ୍ୟୁରୋ:ବାଂଲାଦେଶ ନାରେଜ ଜିଲ୍ଲା ଅନ୍ତର୍ଗତ ସାହପରା ଇଲାକାରେ ଫେସବୁକ୍ ପୋଷ୍ଟକୁ ନେଇ ଲଙ୍କାକାଣ୍ଡ । ଫେସବୁକ୍ ପୋଷ୍ଟକୁ କେନ୍ଦ୍ର କରି କିଛି ଯୁବକ ହିନ୍ଦୁଙ୍କ ମନ୍ଦିର ମଙ୍ଗାରୁଜା କରିବା ସହ ସେମାନଙ୍କ ଘର ଓ ଦୋକାନ ଭାଙ୍ଗିଦେଇଥିବା ଜଣାପଡିଛି । ମନ୍ଦିର ଉପରକୁ ଟେକା ପଥର ମାଡ କରିବା ସହ ମନ୍ଦିରରେ ଧସେଇ ପଶି ସବୁ ଆସବାବପତ୍ର ନଷ୍ଟ କରିଦେଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ଜଣାପଡିଛି ।

ମୁସଲମାନ ସମ୍ପ୍ରଦାୟ ବିରୋଧରେ ଫେସବୁକରେ ପୋଷ୍ଟ କରିଥିବା ଯୁବକ ଫେରାର ହୋଇଥିବାବେଳେ ତାଙ୍କ ବାପାଙ୍କୁ ପୋଲିସ ଅଟକ ରଖିଛି । ପୋଲିସ ପକ୍ଷରୁ ସମ୍ପୃକ୍ତ ଯୁବକଙ୍କୁ ଖୋଜାଖୋଜି କରି ରହିଛି । ଦୁର୍ବୃତ୍ତ ଜୋରଜବରଦସ୍ତ ଘରେ ପଶି ବହୂ ମୂଲ୍ୟବାନ୍ ସାମଗ୍ରୀ ଲୁଟ କରିନେବା ସହ ଘରର ନିଆଁ ଲଗାଇଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଫେସବୁକର ଏହି ପୋଷ୍ଟ ଭାଇରାଲ ହେବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ଯୁବକ ହିନ୍ଦୁଙ୍କ ଘର ଆଗରେ ପ୍ରତିବାଦ କରିଥିଲେ । ଏହାପରେ ଉତ୍ତ୍ୟକ୍ତ ଗୋଷ୍ଠୀ ସେମାନଙ୍କ ଘର ଉପରକୁ ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଥିଲେ । ପୋଲିସ ପକ୍ଷରୁ ଘଟାର ତଦନ୍ତ ଆରମ୍ଭ ହୋଇଥିବାବେଳେ ଆକ୍ରମଣକାରୀଙ୍କ ମଧ୍ୟରୁ କାହାରିକୁ ପୋଲିସ ଏଯାଏଁ ଗିରଫ କରିନଥିବା ଜଣପଡିଛି ।