୭୫ ବର୍ଷ ପରେ ରୀନାଙ୍କ ସ୍ୱପ୍ନ ସାକାର । ପାକିସ୍ତାନରେ ଥିବା ପୈତୃକ ଘରକୁ ଫେରିଲେ ବୃଦ୍ଧା

175

କନକ ବ୍ୟୁରୋ: ୭୫ ବର୍ଷ ପରେ ସ୍ୱପ୍ନ ସାକାର ହୋଇଛି । ଦୀର୍ଘ ୭୫ ବର୍ଷ ପରେ ଜଣେ ଭାରତୀୟ ମହିଳାଙ୍କୁ ପାକିସ୍ତାନରେ ô ନିଜ ପୈତୃକ ଘରକୁ ଦେଖିବାକୁ ସୌଭାଗ୍ୟ ମିଳିଛି । ସେହି ଘର ସେହି ଅଗଣା ସବୁ ସେମିତି ପୂର୍ବପରି ମନ ମୋହୁଛି । ନିଜ ଘରକୁ ଫେରି ସବୁ ସ୍ୱପ୍ନ ସାକାର ହୋଇଛି ବେଲି କହିଛନ୍ତି । ୯୦ ବର୍ଷୀୟା ରୀନା ଛିବର ବର୍ମା ।

୧୯୪୭ ରେ ଭାରତ ବିଭାଜନ ସମୟରେ ୧୫ ବର୍ଷିୟା ରୀନାଙ୍କ ପରିବାର ଭାରତ ପଳାଇ ଆସିଥିଲେ । ଭିଟାମାଟି ଛାଡିବାର ୭୫ ବର୍ଷ ମଧ୍ୟରେ ରାୱଲପିଣ୍ଡିରେ ଥିବା ପୈତୃକ ଘର ଦେଖିବାକୁ ରୀନା ଏକାଧିକ ଥର ଉଦ୍ୟମ କରିଥିଲେ ବି କୌଣସି କାରଣରୁ ଏହା ସମ୍ଭବ ହୋଇପାରୁନଥିଲା । ତେବେ ୯୦ ବର୍ଷ ବସୟ ରୀନାଙ୍କର ଏହି ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ ଭିସା ମିଳିବା ପରେ ରୀନା ଶନିବାର ୱାଘା ବର୍ଡର ଦେଇ ପାକିସ୍ତାନ ମାଟିରେ ପାଦ ଥାପିଥିଲେ । ଏଥିରେ ତାଙ୍କର ଖୁସୀ ସୀମା ନଥିଲା ।

ଏହି ଅବସରରେ ରୀନା ‘ପ୍ରେମ ନିବାସ’ ନାମକ ନିଜ ପୈତୃକ ଘରକୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ । ଶୈଶବାବସ୍ଥାରେ ତାଙ୍କ ସ୍କୁଲ ଓ ପରବର୍ତ୍ତୀ ସମୟରେ ପାଠ ପଢିଥିବା କଲେଜକୁ ମଧ୍ୟ ସେ ଦେଖିବାର ସୁଯୋଗ ପାଇଛନ୍ତି । ଏପରିକି ପିଲାଦିନର କେତେଜଣ ସାଙ୍ଗଙ୍କୁ ମଧ୍ୟ ସେ ଭେଟିଥିବା ଜଣାପଡିଛି । ରୀନା ସ୍ମୃତିଭରା ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।