ରାଜ୍ୟରେ ପ୍ରଚଣ୍ଡ ତାତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା ।

128

କନକ ବ୍ୟୁରୋ: ରାଜ୍ୟରେ କଲବଲ କରୁଛି ତାତି । ଚଳିତ ବର୍ଷ ପ୍ରଥମଥର ୪୦ ଛୁଇଁଛି ତାପମାତ୍ର । ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ବେଳେ ଆଗାମୀ ଦିନେ, ଦୁଇ ଦିନ ଭିତରେ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି ।

ଶୁକ୍ରବାର ବଲାଙ୍ଗୀର, ଟିଟିଲାଗଡ, ବୌଦ୍ଧ ଏବଂ ନୟାଗଡ ସହରରେ ୪୦ ଛୁଇଁଛି ତାପମାତ୍ରା । ଭୁବନେଶ୍ୱର ଓ କଟକ ଭଳି ଉପକୂଳବର୍ତୀ ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହୁଛି । ତେବେ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । କେବଳ ଦିନ ନୁହେଁ ରାତିରେ ମଧ୍ୟ ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୫ ଦିନ ଭିତରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ଅଧିକ ରହିବ ବୋଲି ଆକଳନ କରାଯାଇଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ସେପଟେ ୨୪ ଘଂଟା ଭିତରେ ଉତର ଓଡିଶାର ୭ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।