‘ମଦ ପିଉଥିବା ଲୋକକୁ ଦେଖିଲେ …’ ବିହାରରେ ମଦ ବନ୍ଦୀ ଅଭିଯାନକୁ ନେଇ ତେଜ୍ ପ୍ରତାପ ଯାଦବଙ୍କ ବଡ ବୟାନ ।

105

କନକ ବ୍ୟୁରୋ: ବିହାରରେ ବାରମ୍ବାର ମଦ ମୃତ୍ୟୁ ଘଟୁଛି । ଏହାକୁ ନେଇ ସରକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ବିରୋଧୀ । ମଦବନ୍ଦୀ ପରେ ବି ରାଜ୍ୟରେ ଚୋରା ଭାବେ ମଦ ପ୍ରସ୍ତୁତ କରାଯାଉଛି, ଯାହାକୁ ପିଇ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାକୁ ନେଇ ଏବେ ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ୍ ପ୍ରତାପ ଯାଦବ ଦେଇଛନ୍ତି କଡା ବୟାନ ।

ମଦ ମୁୃତ୍ୟୁକୁ ନେଇ ତେଜ ପ୍ରତାପ କଡା ମନ୍ତବ୍ୟ ଦେଇଛନ୍ତି । ମଦ ପିଇ ମୃତ୍ୟୁ ହେଲେ ସେମାନଙ୍କୁ ଆଦୌ କ୍ଷତିପୂରଣ ମିଳିବା ଉଚିତ ନୁହେଁ । ଖାଲି ସେତିକି ନୁହେଁ କେହି ମଦ ପିଉଥିବାର ଦେଖିଲେ ତାକୁ ସିଧା ନେଇ ଥାନାରେ ଭର୍ତ୍ତି କରିଦେବେ ବୋଲି ସେ କହିଛନ୍ତି ।