ବ୍ରଜରାଜନଗର ଉପନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି

80

କନକ ବ୍ୟୁରୋ: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସ । ବିଜେଡି ପ୍ରାର୍ଥୀନି ଅଳକା ମହାନ୍ତିଙ୍କ ପାଇଁ ସେ ଆଜି ପ୍ରଚାର କରିଛନ୍ତିି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ ନେଇ ନିର୍ବାଚନ ମଣ୍ଡଳୀବାସୀ ତାଙ୍କ ଉପରେ ଭରସା କରିଛନ୍ତି ବୋଲି କହିଛନ୍ତି ଦିପାଳୀ । ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ ଯେଉଁ ସଫଳତା ମିଳିଥିଲା, ତାହା ଆଗାମୀ ନିର୍ବାଚନ ଫଳାଫଳରେ ମଧ୍ୟ ଦେଖିବାକୁ ମିଳିବ ବୋଲି କହିଛନ୍ତି ।

ତେବେ ପୂର୍ବରୁ ଏହିି ନିର୍ବାଚନ ମଣ୍ଡଳୀ ପାଇଁ ଦିପାଳୀ ବିଜେଡି ଟିକେଟ୍ ଆଶାୟୀ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଦିପାଳୀ ଏହା କେବଳ ଗଣମାଧ୍ୟମ ଚର୍ଚ୍ଚା କରୁଥିଲା ଓ ତାଙ୍କର ସମାଜସେବା କାମକୁ ଦେଖି କିଛି କର୍ମୀ ହୁଏତ ତାଙ୍କ ପ୍ରାର୍ଥୀତ୍ୱ ନେଇ ଦାବି କରିପାରିଥାଆନ୍ତି ବୋଲି ସେ କହିଛନ୍ତିି । ସେପଟେ ବିଜେପି ପ୍ରାର୍ଥୀନି ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିଛନ୍ତିି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।