ମଝି ରାସ୍ତାରେ ୧୫ ମିନିଟ୍ ! ଅଧା ବାଟରେ ଅଟକିଲା ଟିମ୍ ଇଣ୍ଡିଆ

63

କନକ ବ୍ୟୁରୋ: ରାସ୍ତା ମଝିରେ ଅଟକିଲା ଟିମ୍ ଇଣ୍ଡିଆ ବସ୍ । ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାଉଥିବା ଟିମ୍ ଇଣ୍ଡିଆର ବସ୍ କଟକର ତେଲେଙ୍ଗାପେଣ୍ଠ ନିକଟରେ ଅଟକି ରହିଥିଲା । ଭୁବନେଶ୍ୱରର ହୋଟେଲରୁ କଟକ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାଉଥିବା ଟିମ ଇଣ୍ଡିଆର ବସ ଅଧା ବାଟରେ ଅଟକିଯାଇଥିଲା । ପୋଲିସ ଅନୁଯାୟୀ, ଟ୍ରାଫିକ ସମସ୍ୟା କାରଣରୁ ଭାରତୀୟ ଖେଳାଳିଙ୍କୁ ନେଇ ଯାଉଥିବା ଡଲଫିନ ନାମକ ବସ ରାସ୍ତା ମଝିରେ ଅଟକି ରହିଥିଲା । ତେବେ ପ୍ରାୟ ୧୫ ମିନିଟ ରାସ୍ତାରେ ଅଟକିବା ପରେ ପୁଣିଥରେ ବାରବାଟୀ ଷ୍ଟାଡିୟମ ଅଭିମୁଖେ ବାହାରିଥିଲା ଟିମ୍ ଇଣ୍ଡିଆ ବସ୍ । ବସରେ ଭାରତୀୟ ଦଳର ସମସ୍ତ ସଦସ୍ୟ ରହିଥିଲେ ।

indiaତେବେ ବସଟି ଅଟକିବା ପରେ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ରାସ୍ତାରେ କିଛି ସମୟ ପାଇଁ ଅଟକିଯାଇଥିଲେ ଯାତ୍ରୀ । କିନ୍ତୁ ବସଟିକୁ ସୁରକ୍ଷାକର୍ମୀ ଘେରି ରହିଥିବାରୁ ନିରାଶ ହୋଇଥିଲେ ପ୍ରଂଶସକ । ନିଜ ପ୍ରିୟ ଖେଳାଳିଙ୍କୁ ଏତେ ପାଖରେ ପାଇ ମଧ୍ୟ ଦେଖିବାର ସୁଯୋଗ ପାଇନଥିଲେ ଦର୍ଶକ । କିନ୍ତୁ ବସଟି ରାସ୍ତାରେ ଅଟକିବା ପରେ କିଛି ସମୟ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥିଲା । ତେବେ ଟିମ ଇଣ୍ଡିଆର ବସ ବାରବାଟୀ ଷ୍ଟାଡିୟମ ଯିବା ପରେ ଟ୍ରାଫିକ ବ୍ୟବସ୍ଥା ସ୍ୱାଭାବିକ ହୋଇଥିଲା । ବାରବାଟୀରେ ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।