ଫେସବୁକର ନୂଆ ଫିଚର ! ଏଣିକି ଲୁଚାଛପାରେ କରିପାରିବେନି ଫଟୋ ଅପଲୋଡ, ନୋଟିଫିକେସନରେ ଆସିବ ସର୍ତକ ସୂଚନା

31

ଆଉ ଏକ ନୂଆ ଫିଚର ଲଞ୍ଚ କଲା ଫେସବୁକ । ଏଣିକି ଅନ୍ୟ କାହାର ଫଟୋ ଫେସବୁକ୍ ଆକାଉଣ୍ଟରେ ଅପଲୋଡ କରିବା ପୂର୍ବରୁ ଅନୁମତି ଆଣିବାକୁ ପଡିବ । ବ୍ୟବହାରକାରୀଙ୍କ ଫଟୋକୁ ଚିହ୍ନିବା ପାଇଁ ଫେସବୁକ୍ ଫେସିଆଲ ରେକଗନାଇଜେସନ ଟେକନୋଲୋଜିର ବ୍ୟବହାର କରିବାକୁ ଯାଉଛି । ପୂର୍ବରୁ ମଧ୍ୟ ଫେସବୁକ ଫେସ୍ ରେକଗନାଇଜେସନର ବ୍ୟବହାର କରୁଛି କିନ୍ତୁ ବର୍ତ୍ତମାନ ଏହାକୁ ଭିନ୍ନ ଏକ ଉପାୟରେ ବ୍ୟବହାର କରାଯିବ ।

facebook_eye_main_1513748587_618x347ଅଥାର୍ତ ଫେସବୁକର ନୂଆ ଫିଚର ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଆପଣଙ୍କ ଫଟୋ ଫେସବୁକରେ ଅପଲୋଡ କରେ ତେବେ ଫେସବୁକ ଆପଣଙ୍କୁ ଏକ ନୋଟିଫିକେଶନ ପଠାଇବ । ଏହାଦ୍ୱାରା କିଏ ଆପଣଙ୍କ ଫଟୋ ଅପଲୋଡ କରିଛି ତାହା ବେଶ ସହଜରେ ଜାଣିପାରିବେ । ଏହି ନୋଟିଫିକେସନ ପାଇବା ପରେ ଆପଣ ଚାହିଁଲେ ଫଟୋରେ ନିଜକୁ ଟ୍ୟାଗ କରି ପାରିବେ କିମ୍ବା ଅପଲୋଡ କରିଥିବା ବ୍ୟକ୍ତିଙ୍କୁ ଫଟୋ ଡିଲିଟ କରିବା ପାଇଁ ମଧ୍ୟ କହିପାରିବେ । ବିନା ଟ୍ୟାଗରେ ଯଦି କେହି ଆପଣଙ୍କ ଫଟୋ ଅପଲୋଡ କରେ ତେବେ ନୋଟିଫିକେସନ ଆପଣାଛାଏଁ ଆସିଯିବ । ଏହାସହ ଗ୍ରୁପ ପୋଷ୍ଟରେ ଯଦି ଆପଣଙ୍କ ଫଟୋ ରହିଥାଏ ତେବେ ମଧ୍ୟ ଫେସବୁକ ପକ୍ଷରୁ ଏକ ନୋଟିଫିକେସନ ମିଳିବ ।

ଫେସବୁକ କମ୍ପାନିର କହିବା ଅନୁଯାୟୀ, ‘ଟ୍ୟାଗ ଫଟୋ ଗୁଡିକରେ ବ୍ୟବହାର କରାଯାଇଥିବା ଟେକନୋଲୋଜି ପରି ଏହି ନୂଆ ଫିଚର କାମ କରିବ ।’ ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ଫିଡବ୍ୟାକ ଆଧାରରେ ଫେସ ରେକଗନାଇଜେସନ ଲଂଚ କରାଯାଇଛି । ଏହାସହ ଏହି ଟୁଲକୁ ସହଜ ମଧ୍ୟ କରାଯାଇଛି । ବ୍ୟବହାରକାରୀ ଏହାକୁ ନିଜ ଇଚ୍ଛା ଅନୁଯାୟୀ ଅନ କିମ୍ବା ଅଫ କରିପାରିବେ ।

ଫେସବୁକ ୨୦୧୦ ପରଠାରୁ ଫେସ ରେକଗନାଇଜେସନ ଫିଚର ବ୍ୟବହାର କରୁଛି । ଏହାକୁ ବ୍ୟବହାର କରି ଫଟୋ ଗୁଡିକର ପିକ୍ସଲକୁ ବିଶ୍ଲେଷଣ କରି ଟେମ୍ପପ୍ଲେଟ ସୃଷ୍ଟି କରାଯାଏ । ଫଟୋ ଏବଂ ଭିଡିଓ ଫେସବୁକରେ ଅପଲୋଡ କରିବା ମାତ୍ରେ ଫେସବୁକରେ ସୃଷ୍ଟି ହୋଇଥିବା ଟେମ୍ପପ୍ଲେଟ ଜରିଆରେ ପରିଚିତ କରାଇଥାଏ । ଫେସବୁକର ଏହି ନୂଆ ଫିଚର ବିଶ୍ୱର ଅନେକ ଦେଶରେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହି ଫିଚର କାନାଡା ଏବଂ ୟୁରୋପିଆନ ଦେଶରେ ଲାଗୁ କରାଯିବ ନାହିଁ । କାରଣ ଫେସବୁକ ଏହି ଦେଶରେ ଫେସ ରେକଗନାଇଜେସନ ଟେକନୋଲୋଜି ପ୍ରଦାନ କରିନାହିଁ ।

facebook 2ପ୍ରୋଫାଇଲ ଫଟୋ ସେଫଟି : 
ଫେସବୁକ ଅନୁସାରେ, କମ୍ପାନୀ ଖୁବ ଶୀଘ୍ର ପ୍ରୋଫାଇଲ ଫଟୋ ସୁରକ୍ଷା ପାଇଁ ଫେସିଆଲ ରେକଗନାଇଜେସନ ଟେକନୋଲୋଜିର ବ୍ୟବହାର କରିବ । ସାଧାରଣ ଲୋକଟିଏ ଯେବେ ଫେସବୁକରେ ନିଜ ଫଟୋ ଅପଲୋଡ କରିବେ ସେମାନଙ୍କ ମନରେ ଆତ୍ମବିଶ୍ୱାସ ରହିବା ଜରୁରୀ ଯେ ସେମାନଙ୍କ ଫଟୋକୁ କେହି ଯେପରି ଅପବ୍ୟବହାର ନ କରୁ । ଏହି ଲକ୍ଷ୍ୟ ରଖି ଫେସବୁକ ଏହି ଫିଚର ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ଫେସବୁକ ପ୍ରୋଫାଇଲ ଫଟୋ ପାଇଁ ମଧ୍ୟ ଫେସ ରେକଗନାଇଜେସନ ଟେକନୋଲୋଜିର ବ୍ୟବହାର କରାଯିବ ।

ଫେସବୁକର ଏହି ଫିଚରକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଛି । ଅନଲାଇନ ଗୋପନୀୟତା ବିଷୟରେ ଜ୍ଞାନ ରଖୁଥିବା ବ୍ୟକ୍ତି ଏବଂ ଏହା ପାଇଁ ଲଢେଇ କରୁଥିବା ବ୍ୟକ୍ତି ଏହି ଫେସ ରେକଗନାଇଜେସନ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ଯଦି ଅନେକ ଲୋକଙ୍କର ଚେହେରା ଗୋଟିଏ କମ୍ପାନୀ ପାଖରେ ରହିବ ତେବେ ଏହା ସୁରକ୍ଷା ଏବଂ ଗୋପନୀୟତାରେ ସମସ୍ୟା ସୃଷ୍ଟି କରିବ ।