କ୍ରୁରତାର ସୀମା ଡେଇଁଲା ତାଲିବାନ୍: ଟାଇଟ୍ ଡ୍ରେସ୍ ପିନ୍ଧିବାରୁ ମହିଳାଙ୍କୁ ଗୁଳିମାରି ହତ୍ୟା, କବଜାରେ ବଲ୍କ ଇଲାକା

149

କନକ ନ୍ୟୁଜ୍: ଆଫଗାନିସ୍ତାନର ବଲ୍କ ଇଲାକାକୁ କବଜାରେ ନେବା ପରେ ଏଠାରେ ହିଂସା ଚଳାଇଛି ତାଲିବାନ୍ । ଏଠାରେ ଜଣେ ମହିଳା ଟଇଟ୍ ପୋଷାକ ପିନ୍ଧିବା ଓ ତାଙ୍କ ସହ କୌଣସି ପୁରୁଷ ନଥିବାରୁ ତାଙ୍କୁ ତାଲିବାନ୍ ଆତଙ୍କବାଦୀ ଗୁଳିମାରି ହତ୍ୟା କରିଥିବା ଅଭିଯୋଗ କରିଛି ସ୍ଥାନୀୟ ପୋଲିସ୍ ।

ସୂଚନା ମୁତାବକ, ଘଟଣା ଉତ୍ତର ବଲ୍କର ସମର କାଦିୟାନ୍ ଅଂଚଳର, ଯାହା ଏବେ ସମ୍ପୂର୍ଣ୍ଣ ଭାବେ ତାଲିବାନର କବଜାରେ । ମୃତ ମହିଳା ଘରୁ ବଲ୍କ ରାଧାନୀ ମଜାର-ଏ-ଶରୀଫ୍କୁ ଯାଉଥିଲେ । ସେ ବସରେ ଚଢିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଥିବାବେଳେ ତାଲିବାନ୍ କିନ୍ତୁ ଏହାକୁ ଅସ୍ୱୀକାର କରିଛି ।
କେବଳ ଏତିକି ନୁହେଁ ଆଫଗାନିସ୍ତାନରେ ତାଲିବାନ୍ ନିଜ ଆଧିପତ୍ୟ ବିସ୍ତାର କରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛି ।

ଦୈନିକ ସମ୍ବାଦ ‘ଦି ମେଲ’ର ରିପୋର୍ଟ ମୁତାବକ, କୌଣସି ଇଲାକୁ ଦଖଲକୁ ନେବା ପରେ ତାଲିବାନ୍ ଆତଙ୍କବାଦୀ ମହିଳାଙ୍କୁ ଅପହରଣ କରିବା ସହ ଜବରଦସ୍ତି ବିବାହ କରୁଛନ୍ତି । ବିଶେଷ କରି ତାଖାର ଓ ବଦାଖସାନ୍ ଅଂଚଳରୁ ଏପରି ଖବର ମିଳିଛି । ଏହାସହ ଏଠାରେ ନିଯୁକ୍ତ ପୋଲିସ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କୁ ତାଙ୍କୁ ସମର୍ପି ଦେବାକୁ ମଧ୍ୟ ଘୋଷଣା କରୁଛନ୍ତି । ଫଳରେ ଦଖଲରେ ଥିବା ଇଲାକର ଲୋକେ ନିଜ ଘରର ମହିଳା ମାନଙ୍କୁ କାବୁଲର ସୁରକ୍ଷିତ ସ୍ଥାନକୁ ପଠାଇଦେଉଥିବା ପ୍ରକାଶ ପାଇଛି ।