ଓସେପା କାର୍ଯ୍ୟାଳୟ ଆଗରେ କମ୍ପୁଟର ଶିକ୍ଷକଙ୍କ ଧାରଣା : ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ

202

କନକ ବ୍ୟୁରୋ : ଓସେପା କାର୍ଯ୍ୟାଳୟ ସମ୍ମୁଖରେ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା । ଶତାଧିକ ଶିକ୍ଷକ ଧାରଣାରେ ବସିଛନ୍ତି । ଶିକ୍ଷକମାନେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୁନଃ ନିଯୁକ୍ତି ଦାବିରେ ଆତ୍ମହତ୍ୟା କରିଛନ୍ତି କମ୍ପ୍ୟୁଟର ଶିକ୍ଷକ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଫଳରେ ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା । ଶିକ୍ଷକମାନେ ରାସ୍ତା ଅବରୋଧ କରିଥିଲେ । ଦୁଇ ବର୍ଷ ହେବ ବିନା କାରଣରେ ସରକାର ଛଟେଇ କରିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।