ରାଜ୍ୟକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ : ରାଜଧାନୀରେ ଦୁଇ ଜଣ ଆକ୍ରାନ୍ତ ହୋଇଥିବା ସୂଚନା

222

କନକ ବ୍ୟୁରୋ : କରୋନା ଲହର ଥମିଥିବା ବେଳେ ରାଜ୍ୟରେ ପୁଣି ସ୍ୱାଇନ୍ ଫ୍ଲୁର ଆତଙ୍କ ଦେଖା ଦେଇଛି । ପ୍ରାୟ ୨ ବର୍ଷ ପରେ ରାଜ୍ୟକୁ ଫେରିଛି ସ୍ୱାଇନ୍ ଫ୍ଲୁ । ରାଜଧାନୀର ଦୁଇ ଜଣ ବ୍ୟକ୍ତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି । ସେମାନେ ବାହାରକୁ ଯାଇ ଆକ୍ରାନ୍ତ ହୋଇଛନ୍ତି ନା ଆଉ କାହାଠାରୁ ସେମାନଙ୍କୁ ବ୍ୟାପିଛି, ତାକୁ ନେଇ ସନ୍ଦେହ ରହିଛି ।

ତେବେ ଦୁଇ ଆକ୍ରାନ୍ତଙ୍କ ବ୍ୟତୀତ ଆଉ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ପରୀକ୍ଷା ପରେ ଜଣାପଡ଼ିବ । ୨୦୦୯ ରେ ରାଜ୍ୟରେ ପ୍ରଥମ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୦୧୬ରେ ରାଜ୍ୟରେ ଜଣେ ମାତ୍ର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୭ରେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଶୀର୍ଷକୁ ଛୁଇଁଥିଲା । ସେହିବର୍ଷ ୪୧୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଶେଷଥର ରାଜ୍ୟରେ ପାଇଁ ୨୦୨୦ ରାଜ୍ୟରେ ସ୍ୱାଇନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।