ମୃତ୍ୟୁ ମୁଖରୁ ଉଦ୍ଧାର କଲେ ସାହାସୀ ଯୁବକ : ଚଳନ୍ତା ଟ୍ରେନ ଚଢିବା ବେଳେ ଗୋଡ ଖସିଯିବାରୁ ପ୍ଲାଟଫର୍ମରେ ପଡିଗଲେ ଯାତ୍ରୀ

94

କନକ ବ୍ୟୁରୋ : ଟ୍ରେନରେ ଚଢିବା ସମୟରେ ସତର୍କତା ଅବଲମ୍ବନ କରିବା କେତେ ଆବଶ୍ୟକ ତାହା ହୁଏତ ଆମ ଭିତରୁ ବହୁତ କମ ଲୋକ ହୃଦୟଗମ କରିଥିବେ । ହେଲେ କଟକ ରେଳ ଷ୍ଟେସନ ବୁଧବାର ଘଟିଥିବା ଏକ ଦୃଶ୍ୟକୁ ଦେଖିଲେ ଆପଣ ବି ବୁଝିପାରିବେ ଟ୍ରେନରେ ଚଢିବା ବେଳେ ସତର୍କ ରହିବା କେତେ ଆବଶ୍ୟକ ।

କଟକ ରେଳ ଷ୍ଟେସନ ପ୍ଲାଟଫର୍ମର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି । ପ୍ଲାଟଫର୍ମରେ ପଡି ଯାଉଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଯାତ୍ରୀ । ସୂଚନା ମୁତବାକ, ବୁଧବାର ଟ୍ରେନ୍ ଛାଡିବା ସମୟରେ ଟ୍ରେନରେ ଚଡିବାକୁ ଚେଷ୍ଟା କରୁଥିଲେ ଏହି ବ୍ୟକ୍ତିି । ହେଲେ ହଠାତ୍ ଗୋଡ ଖସିଯିବାରୁ ବ୍ୟକ୍ତି ଜଣଙ୍କ ପ୍ଲାଟଫର୍ମରୁ ତଳକୁ ଖସି ପଡୁଛନ୍ତି । କିନ୍ତୁ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ବ୍ୟକ୍ତି ସାହସିକତାର ସହ ଖସି ପଡିଥିବା ଏହି ବ୍ୟକ୍ତିକୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ।