ମାଟ୍ରିକ ପରୀକ୍ଷାରେ ନିଜ ସଫଳତାକୁ ଦେଖି ପାରିଲେନି ସ୍ୱାତୀ: ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅନୁଗୁଳର ଛାତ୍ରୀ

1,723

କନକ ବ୍ୟୁରୋ: କେଇ ଘଂଟା ପୂର୍ବରୁ ଯେଉଁ ପୁଅ ଗାଁ ଦାଣ୍ଡରେ ଘୁରି ବୁଲୁଥିଲା । ମାଟ୍ରିକ୍ରେ ଫାଷ୍ଟ କ୍ଲାସ୍ ପାଇଛି କହି ଖୁସି ବାଂଟୁଥିଲା । ସେଇ କୁନି ପୁଅ, ଆଜି ସବୁଦିନ ପାଇଁ ଶୋଇଯାଇଛି । ପୁଅକୁ ଉଠାଇବା ପାଇଁ ମା’ ଉଦ୍ୟମ କରୁଛନ୍ତି, ଭାଇର ଅବସ୍ଥା ଦେଖି ବଡ଼ ଭାଇ ଆଖିରୁ ଲୁହ ଝରିଯାଉଛି । ହେଲେ ଅଫେରା ଦୁନିଆକୁ ଚାଲିଯାଇଛନ୍ତି ଜଣେ ମେଧାବୀ ଛାତ୍ର ।

ନାଁ: ଚନ୍ଦନ ମହାପାତ୍ର

ଠିକଣା: ଶ୍ରୀରାମପୁର, ଭଦ୍ରକ

ମାଟ୍ରିକ ପରୀକ୍ଷାରେ ୮୬ ପ୍ରତିଶତ ନମ୍ବର ରଖିଥିବା ଚନ୍ଦନ, କଲେଜ୍ରେ ପାଠପଢ଼ିବାର ସ୍ୱପ୍ନ ଦେଖିଥିଲେ । ହେଲେ ତାଙ୍କ ଜୀବନରେ ଘଟିଗଲା ବଡ଼ ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ଅଚନାକ୍ ବୁଡ଼ିଯିବାରୁ ଅକାଳରେ ଜଣେ ପ୍ରତିଭାବାନ ଛାତ୍ରଙ୍କ ଜୀବନ ଚାଲିଯାଇଛି । ପାଣିରେ ବୁଡ଼ି ଯିବା ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନକୁ ନିଆଯାଇଥିଲା । ହେଲେ ସେତେବେଳକୁ ଆଉ କିଛି ନଥିଲା ।

କେତେ ନିଷ୍ଠୁର ମୃତ୍ୟୁ । ଚନ୍ଦନଙ୍କ ଭଳି ଏହି ଛୋଟ ଝିଅଟି ବି ଏ ଦୁନିଆରେ ନାହାଁନ୍ତି । ସେ ସିନା ନାହିଁ ହେଲେ ଏବେ ତା ପରିଶ୍ରମର ମୂଲ ଆସିଛି । ଆଶା ଅନୁସାରେ ମାଟ୍ରିକ ରେଜଲ୍ଟ ଆସିଛି । ଅନୁଗୁଳରେ ପଢ଼ୁଥିବା ସୁଚରିତା ଜେନା ଯାହା କହୁଥିଲେ ସେଇଆ ହୋଇଛି । ମାଟ୍ରିକ୍ରେ ରଖିଛନ୍ତି ୯୦ପ୍ରତିଶତ ମାର୍କ । ହେଲେ ଏହି ସଫଳତାକୁ ସେଲିବ୍ରେଟ କରିବା ପାଇଁ ଆଜି ସେ, ବାପା-ମାଆଙ୍କ ପାଖର ନାହାନ୍ତି ।

ମାଟ୍ରିକ ପରୀକ୍ଷା ସରିବା ପରେ ବାପା ଅଭିରାମ ଜେନାଙ୍କ ସହ ମାମୁ ଘରକୁ ଯାଉଥିଲେ ସ୍ୱାତୀ । ହେଲେ ବାଟରେ ମାଟ୍ରିକ ଛାତ୍ରୀଙ୍କୁ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାର ଶିକାର ହୋଇ ସ୍ୱାତୀ ଆରପାରିକୁ ଚାଲିଯାଇଛନ୍ତି । ହେଲେ ସ୍କୁଲରେ ଥିବା ତାଙ୍କ ସ୍ମୃତି ଏବେ ବି ଅଲିଭା ରହିଛି । ଯାହାକୁ ଝୁରୁଛନ୍ତି, ଅନୁଗୁଳ ଗାନ୍ଧୀ ମାର୍ଗ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସହପାଠୀ ଓ ଗୁରୁଜୀ-ଗୁରୁମା ।

କାଲିର ଖୁସି, ଆଜି ଯେମିତି ସବୁଦିନ ପାଇଁ ମଉଳିଯାଇଛି । ଯେଉଁ ଚେହେରା ଦେଖି ପରିବାର ଲୋକ ସ୍ୱପ୍ନ ବୁଣୁଥିଲେ, ତାହା ପୁରଣ ହେବା ଆଗରୁ ଅଧୁରା ରହିଯାଇଛି ।