ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ : ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ ଆଣ୍ଟି; କହିଲେ ଆମକୁ ଫସେଇବା ପାଇଁ ଚାଲିଛି ଷଡଯନ୍ତ୍ର

256

କନକ ବ୍ୟୁରୋ : ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ୁଥିବା ବେଳେ ଏବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ପର୍କୀୟ ଆଣ୍ଟି । କହିଛନ୍ତି ସେ ଆମ ଘରେ ରହୁଥିଲା । ତେଣୁ ମାମଲାକୁ ଦିଗହରା କରିବାକୁ କିଏ ଚକ୍ରାନ୍ତ କରି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି । ଆମ ସହ ଶୁଭଲକ୍ଷ୍ମୀର ଭଲ ସମ୍ପର୍କ ଥିଲା । ବ୍ଲାକମେଲ ପ୍ରସଙ୍ଗ ସମ୍ପୂର୍ଣ୍ଣ ମିଛ । ପୋଲିସ ପାଖରେ ଏବେ ଶୁଭଲକ୍ଷ୍ମୀର ମୋବାଇଲ ଅଛି ସତ ସାମ୍ନାକୁ ଆସିବ । ଶୁଭଲକ୍ଷ୍ମୀ କିଛି ଦିନ ହେବ ଡିପ୍ରେସନରେ ଥିବା କହିଛନ୍ତି ସମ୍ପର୍କୀୟ ଆଣ୍ଟି ।

ସେପଟେ ଭୁବନେଶ୍ୱର ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ । ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ବର୍ତମାନ ସୁଦ୍ଧା ୧୫ ଜଣଙ୍କର ବୟାନ ରେକର୍ଡ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର ତଥ୍ୟ ଅନୁସାରେ ତଦନ୍ତ କରାଯାଉଛି । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ମଗା ଯାଇଥିଲା ସିଡିଆର ରିପୋର୍ଟ । ପ୍ରଥମ ବୟଫ୍ରେଣ୍ଡ ସଂଜୟଙ୍କୁ ଡାକି ପଚରାଉଚରା ପରେ ଦ୍ୱିତୀୟ ବୟଫ୍ରେଣ୍ଡ ଅନୀଲକୁ ଥାନାକୁ ଡାକି ଜେରା କରାଯାଇଛି ।