ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ଉଚ୍ଛେଦ ନିଷ୍ପତ୍ତି ଠିକ୍ ନା ଭୁଲ ରାୟ ଶୁଣାଇବେ ୫ ଜଣିଆ ଖଣ୍ଡପୀଠ ।

153

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଥିଲା । ଏହାକୁ ବିରୋଧ କରି ଦାଖଲ ହୋଇଥିବା ପିଟିସନ ଉପରେ କୋଟଙ୍କ ରାୟ ଆସିବ । ୧୬ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରି ବହୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ।