ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ୨୪ ଘଣ୍ଟାରେ ତିନି ଡିଗ୍ରୀ ଖସିଲା ରାତି ତାପମାତ୍ରା । ଆହୁରି ଖସିବ ପାରଦ ।

241

କନକ ବ୍ୟୁରୋ: ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇ ତିନି ଡିଗ୍ରୀ ଖସିଛି । ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡିବା ପରେ ଶୀତ ବଢିବାରେ ଲାଗିଛି ।

୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ ଖସିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କୋରାପୁଟରେ ରାତି ତାପମାତ୍ରା ୯ ଡ୍ରିଗ୍ରୀକୁ ଖସିଆସିବ ବୋଲି ଆକଳନ କରାଯାଇଛି । ତେବେ ରାଜ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୧ ଦଶମିକ ୫, ବାରିପଦାରେ ୧୪ ଦଶମିକ ୨, ଦାରିଙ୍ଗବାଡିରେ ୧୨ ଦଶମିକ ୫, ରାଉରକେଲାରେ ୧୩ ଦଶମିକ ୩, ଝାରସୁଗୁଡାରେ ୧୩ ଦଶମିକ ୨, ଫୁଲବାଣୀରେ ୧୪ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।