ହିଣ୍ଡେନନବର୍ଗ ରିପୋର୍ଟକୁ ନେଇ ଚାରିଆଡେ ହୋହାଲ୍ଲା, ଶୁକ୍ରବାର ସୁପ୍ରିମକୋର୍ଟ କରିବେ ଶୁଣାଣି

126

କନକ ବ୍ୟୁରୋ : ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀଙ୍କୁ ନେଇ ହୋଇଥିବା ଅଭିଯୋଗର ଶୁକ୍ରବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀଙ୍କୁ ନେଇ ବିଭିନ୍ନ ବିବାଦ ସାମ୍ନାକୁ ଆସିଛି । ହିଣ୍ଡେନବର୍ଗ ରିପୋର୍ଟସହ ଜଡ଼ିତ ୨ଟି ମାମଲାର ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିବେ । ଆଡ଼ଭୋକେଟ ବିଶାଲ ତିୱାରୀ ମୁଖ୍ୟ ନ୍ୟାୟଧୀଶ ଡି ୱାଇ ଚନ୍ଦ୍ରଚୂଡ଼ ଅଧ୍ୟକ୍ଷତା କରୁଥିବା ବେଂଚକୁ ଏହି ଘଟଣାରେ ଶୁଣାଣି କରିବାକୁ ଦାବି କରିଛନ୍ତି । ଏହି ଜନସ୍ୱାର୍ଥ ମାମଲାରେ ତିୱାରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବଡ଼ ବଡ଼ କର୍ପୋରେଟଗୁଡିକୁ ୫୦୦ ଶହ କୋଟିରୁ ଅଧିକ ଋଣ ମଂଜୁର ନୀତିର ପର୍ଯ୍ୟବେକ୍ଷଣ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି ।