ଲୋକସଭା ପରେ ଆଜି ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ନେହରୁଙ୍କ ସାଂଗିଆକୁ ନେଇ କହିଲେ ଏଭଳି କଥା

321

କନକ ବ୍ୟୁରୋ : କଂଗ୍ରେସ ଓ ବିରୋଧୀଙ୍କ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟସଭାରେ ମୋଦୀ ସିଧାସଳଖ ଗାନ୍ଧୀ ଓ ନେହରୁ ପରିବାରକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଗାନ୍ଧୀ-ନେହରୁଙ୍କ ନାଁରେ ୬୦୦ ସରକାରୀ ଯୋଜନା ରହିଛି । କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାଁ ଉଲ୍ଲେଖ ନହେଲେ, କିଛି ଲୋକଙ୍କ ରକ୍ତ ଗରମ ହୋଇଯାଇଥାଏ । ଯଦି ନେହରୁ ଏତେ ମହାନ୍ତ ବ୍ୟକ୍ତି ଥିଲେ, ତେବେ କାହିଁକି ସେମାନଙ୍କ ମଧ୍ୟରୁ ‘ନେହରୁ’ ସାଙ୍ଗିଆ ବ୍ୟବହାର କରନ୍ତି ନାହିଁ । ନେହରୁଙ୍କ ସାଙ୍ଗିଆ ରଖିବାରେ ଏଜେ ଲଜ୍ଜା କ’ଣ ବୋଲି ମୋଦୀ ପ୍ରଶ୍ନ କରିଥିଲେ । ବିରୋଧୀଙ୍କ ଲଗାତର ନାରାବାଜି ଭିତରେ ମୋଦୀ କିଛି ଏଭଳି ପଂକ୍ତି କହିଥିଲେ, ଯାହା ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଥିଲା । କହିଥିଲେ ଯେତେ କାଦୁଆ ଫୋପାଡ଼ିବ, ସେତେ ପଦ୍ମ ଫୁଟିବ । ସେହିପରି କଂଗ୍ରେସର ୬୦ ବର୍ଷର ଶାସନକୁ ନେଇ କଟାକ୍ଷ କରିଛନ୍ତି ମୋଦୀ । କହିଛନ୍ତି, ୬୦ ବର୍ଷରେ କେବଳ ଗାତ ହିଁ ଗାତ ଖୋଳାଯାଇଛି । କଂଗ୍ରେସ କେବଳ ଘୃଣା ସୃଷ୍ଟି କରିବା ଛଡ଼ା ଆଉ କିଛି କରିନାହିଁ ବୋଲି ମୋଦୀ କହିଛନ୍ତି ।