କଂଗ୍ରେସକୁ ଆଉ ଏକ ଝଟକା, ଦଳ ଛାଡିଲେ ପଞ୍ଜାବର ପୂର୍ବତନ ଅଧ୍ୟକ୍ଷ

200

କନକ ବ୍ୟୁରୋ : କଂଗ୍ରେସକୁ ପୁଣି ଏକ ବଡ ଝଟକା ଲାଗିଛି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଦଳର ବରିଷ୍ଠ ନେତା ସୁନିଲ ଜାକଡ ଦଳ ଛାଡିବା ନେଇ ଘୋଷଣା କରିଛନ୍ତି । ସେ ତାଙ୍କର ଫେସବୁକ ପେଜରେ ଲାଇଭ ଆସି ଏଭଳି ଘୋଷଣା କରିଛନ୍ତି । ପଞ୍ଜାବ କଂଗ୍ରେସର ଏହି ବରିଷ୍ଠ ନେତା ଦଳ ଜାତିଗତ ସମିକରଣକୁ ଧ୍ୟାନରେ ରଖି କରାଯାଉଥିବା ରାଜନୀତିକୁ ବିରୋଧ କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ ଫେସବୁକ ଲାଇଭରେ ଅମ୍ବିକା ସୋନୀଙ୍କ ନାମ ନେଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

କହିରଖୁ କି ଦଳୀୟ ଅନୁଶାସନ ଉଲଙ୍ଘନ ଅଭିଯୋଗରେ ଦଳର ହାଇକମାଣ୍ଡ କିଛିଦିନ ତଳେ ସୁନିଲ ଜାକଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତାଙ୍କୁ ଦଳର ସମସ୍ତ ପଦ ପଦବୀରୁ ବହିସ୍କାର କରାଯାଇଥିଲା । ପଞ୍ଜାବ କଂଗ୍ରେସ ସୁନିଲ ଜାକଡଙ୍କୁ ଦଳରୁ ୨ ବର୍ଷ ପାଇଁ ବହିସ୍କୃତ କରିବାକୁ ହାଇକମାଣ୍ଡଙ୍କ ପାଖରେ ଆବେଦନ କରିଥିଲା । ହେଲେ ଏନେଇ ସୋନିଆ ଗାନ୍ଧୀ କିଛି ନିଷ୍ପତ୍ତି ନେବା ପୂର୍ବରୁ ସୁନିଲ ଜାକଡ ଗତକାଲି ଉଦୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଶେଷ ସମୟରେ ସେ ଏହାର ପରିବର୍ତ୍ତନ କରି ଆଜି ଫେସବୁକରେ ଲାଇଭ୍ ଆସି ନିଜ ମନର କଥା କହିଛନ୍ତି ।