ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ, ରାୟ ଆସିବା ଯାଏଁ କାର୍ଯ୍ୟ ସ୍ଥଗିତ ରଖିବାକୁ INTACHର ଚିଠି

87

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇନଟାକ୍ ଓଡିଶା ଚାପ୍ଟରର ଆବାହକ ଏବି ତ୍ରିପାଠୀ । ହୋଇକୋର୍ଟଙ୍କ ନିର୍ଦ୍ଦେଶ ନଆସିବା ଯାଏଁ କାମ ବନ୍ଦ ରଖିବାକୁ ସେ ଅନୁରୋଧ କରିଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ ମିଟର ପରିଧିରେ ନିର୍ମାଣ କାମ ଫଳରେ ମେଘନାଦ ପାଚେରୀ ଉପରେ ପ୍ରଭାବ ପଡିପାରେ । ତେବେ ପ୍ରକଳ୍ପ ଆରମ୍ଭରୁ ଆମ୍ସାର ଆଇନର ଉଲ୍ଲଙ୍ଘନ କରାଯଇଛି ବୋଲି କହିଛନ୍ତି ଇନଟାକର ଆବାହକ । ଇନଟାକ୍ ଅର୍ଥାତ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଅଫ ଆର୍ଟ ଆଣ୍ଡ କଲଚୁରାଲ ହେରିଟେଜ୍ ।

ନିର୍ମାଣକୁ ନେଇ ପ୍ରଥମରୁ ଏଏସଆଇ ନୀରବ ରହିବାରୁ ରାଜ୍ୟ ସରକାର ଏହାର ଫାଇଦା ନେଲେ । ଗଜପତି ମହାରାଜ ମଧ୍ୟ ଏନେଇ ଆପତ୍ତି କଲେନାହିଁ । ୧୦୦ ମିଟର ପରିଧିରେ କେବଳ ଟଏଲେଟ କରିପାରିବେ ବୋଲି ଏଏସଆଇ ଡିଜି କହିଥିଲେ କିନ୍ତୁ ଅନ୍ୟକାମ ପାଇଁ ଅନୁମତି ନଥିଲା । ଏନେଇ ହାଇକୋର୍ଟଙ୍କୁ ଜଣାଇଛି ଏଏସଆଇ । ନିର୍ମାଣ ଫଳରେ ଶ୍ରୀମନ୍ଦିର ପ୍ରତି କଣ ବିପଦ ସୃଷ୍ଟିହେବ ସେନେଇ ବିସ୍ତୃତ ରିପୋର୍ଟ ଦେବାପାଇଁ କୋର୍ଟ ଏଏସଆଇକୁ କହିଛନ୍ତି । ତେଣୁ ଏଏସଆଇ ରିପୋର୍ଟ ଦେବାଯାଏଁ କାମ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବି ତ୍ରିପାଠୀ ।