ଶ୍ରୀନଅରରେ ସୁନିଆ ଉତ୍ସବ: ଗଜପତି ମହାରାଜ କଲେ ଦେବାର୍ଚ୍ଚନା, ଆଜିଠାରୁ ପ୍ରଚଳିତ ହେଲା ଗଜପତିଙ୍କ ନୂଆ ଅଙ୍କ

112

କନକ ବ୍ୟୁରୋ: ରାଜ ନଅରରେ ସୁନିଆ ଉତ୍ସବ । ଆଜି ସଂଧ୍ୟାରେ ପୁରୀରେ ଗଜପତିଙ୍କ ଶ୍ରୀନଅରରେ ସୁନିଆ ଉତ୍ସବ ପାଳନ କରାଯାଇଛି । ସୁନିଆ ପାଇଁ ଶ୍ରୀନଅର ପରିସରରେ ଥିବା କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି । ଏବଂ ଆଜି ଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ନୂଆ ଅଙ୍କ ପ୍ରଚଳିତ ହୋଇଛି । । ସୁନିଆରେ ଜାତକ ଓ ପାଂଜି ଗଣନାର ବିଶେଷ ମହତ୍ୱ ରହିଛି । ଏହି ଅବସରରେ ଗଜପତି ମହାରାଜ କନକ ଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବାଦେବୀଙ୍କ ପୂଜା କରିବାର ବିଧି ରହିଛି । ତେବେ ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସଂପାଦନ କରାଯାଇଛି । ନୂଆ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବାର ପରମ୍ପରା ରହିଛି । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥାନ୍ତି ।