କୋଇଲା ଖଣିରେ ଅଘଟଣ : ବୋଲେରୋ ଉପରେ ଭାରିଯାନ ମାଡିଯିବାରୁ ୨ ମୃତ, ୭ ଗୁରୁତର

666

କନକ ବ୍ୟୁରୋ : ସୁନ୍ଦରଗଡ ଗର୍ଜନବାହାଲ କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରିଯାନ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ୨ କର୍ମଚାରୀ ଅପରେଟର ଉମାକାନ୍ତ ପଟେଲ ଓ ଭାରାପ୍ରାପ୍ତ ମୁଖ୍ୟ ଜଗଦୀଶ ଓରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ୭ ଜଣ ଗୁୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କର୍ମଚାରୀଙ୍କୁ ନେଇ ଯାଉଥିବା ସମୟରେ ଚାପିଦେଲା ଭାରିଯାନ ।