କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଚଢିଗଲା ଭାରିଯାନ, ଘଟଣାସ୍ଥଳରେ ଜୀବନ ହାରିଲେ ୨ କର୍ମଚାରୀ ।

284

କନକ ବ୍ୟୁରୋ : ସୁନ୍ଦରଗଡ ଗର୍ଜନବାହାଲରେ କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରିଯାନ ମାଡିଯିବାରୁ ୨ ମୃତ । କର୍ମଚାରୀଙ୍କୁ ନେଇ ଯାଉଥିବା ସମୟରେ ବୋଲେରୋକୁ ଚାପିଦେଲା ଭାରିଯାନ । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାରେ ୨ ମୃତକ କର୍ମଚାରୀ ହେଲେ ଉମାକାନ୍ତ ପଟେଲ ଓ ଜଗଦୀଶ ଓରାମ । ଗୁରୁତରଙ୍କ ମଧ୍ୟରେ କିଛି ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ । ଭାରିଯାନ ଚଢିଯିବାରୁ ବୋଲେରୋଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଛି ।