କୋଭିଡରେ ପ୍ରଭାବିତ ପାଠପଢ଼ା ଭରଣା ପାଇଁ କମିଲା ଖରା ଛୁଟି: ଏଥର ଜୁନ ୬ରୁ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

125

କନକ ବ୍ୟୁରୋ: କରେନା ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ବଡ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଏଥର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି ।

ମେ ପହିଲାରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ
– ପହିଲାରୁ ଜୁନ ୫ ଯାଏଁ ସକାଳ ୬ଟାରୁ ୯ଟା ଯାଏଁ ସକାଳୁଆ ପାଠପଢା
-ଜୁନ ୬ ତାରିଖରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ହେବ
-ମେ ପହିଲାରୁ ଯେଉଁ ପାଠ ପଢାଯିବ ତାକୁ ରନିଂ ରିକଭରି କୋର୍ସ ବା ବ୍ରିଜ କୋର୍ସ ବୋଲି କୁହାଯିବ
-ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟ ଉପରେ ଫୋକସ କରାଯିବ
-ସ୍କୁଲ ଶିକ୍ଷକ ଓ ଥାର୍ଡ ପାର୍ଟିର କିଛି ଶିକ୍ଷକ ପାଠ ପଢାଇବେ ।

ପୂର୍ବରୁ ଦୁଇବର୍ଷ ହେଲା ପାଠାପଢା ନେଇ ଯେଉଁ କଟକଣା ରହିଥିଲା ଏବେ ଆଉ ରହିବନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଆସନ୍ତା ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ନୂଆ ଆଡମିଶନ୍ ଅବା ରିଆଡମିଶନ ହେବ । ମଧ୍ୟାହ୍ନ ଭୋଜନ ଯେମିତି ଦିଆଯାଉଥିଲା ସେମିତି ଦିଆଯିବ । ତେବେ ସକାଳ ୬ଟାରୁ ସ୍କୁଲ ଆରମ୍ଭ ନିଷ୍ପତିକୁ ଓ ତୃତୀୟ ପକ୍ଷ ଶିକ୍ଷକ ନିଯୁକ୍ତିକୁ ବିରୋଧ କରିଛି ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ।

ତେବେ ନୂଆ ଶିକ୍ଷାବର୍ଷରେ ପରୀକ୍ଷା କେମିତି ହେବ ତାହା ସ୍ପଷ୍ଟ କରିନାହାନ୍ତି ସରକାର । ସିବିଏସ ବର୍ଷକୁ ଦୁଇଟି ପରୀକ୍ଷା କରିବ ବୋଲି ଘୋଷଣା କରିସାରିଛି । ଏଭଳି ସ୍ଥିତିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ନିଷ୍ପତି ନେବା ଆଶା କରାଯାଉଛି ।