ରାଜ୍ୟ ବିଜେପିରେ ଚାଲିଛି କ’ଣ? ସାଂସଦ ମୁହଁ ଖୋଲିଲେ, ନେତା ଚୁପ୍, ଦଳ କ୍ୟାମ୍ପେନ୍ କଲେ ସାଂସଦ ନୀରବ

161

କନକ ବ୍ୟୁରୋ: ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ସୋସିଆଲ ମିଡିଆରେ ଚାଲିଥିବା କ୍ୟାମ୍ପେନରେ ଯୋଡି ହେଇଛି ରାଜ୍ୟ ବିଜେପି । ସଭାପତି ସମୀର ମହାନ୍ତି ‘ସେଭ୍ ଶ୍ରୀମନ୍ଦିର ପୁରୀ’ ହ୍ୟାସଟ୍ୟାଗରେ ଚାଲିଥିବା ପ୍ରଚାରରେ ସାମିଲ ହୋଇ ୭ ଦିନିଆ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ୧୪ ତାରିଖରୁ ଆରମ୍ଭ କରି ୨୦ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବଂଚାଅ ଅଭିଯାନରେ ଯୋଗ ଦେଇ ବିଭିନ୍ନ ଉପାୟରେ ମନ୍ଦିର ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସଭାପତିଙ୍କ ଟୁଇଟ ପରେ ଏଥିରେ ଯୋଡି ହୋଇଯାଇଛନ୍ତି ଦଳର ଅନ୍ୟ ଚେହେରା ।

କିଛିଦିନ ପୂର୍ବରୁ ପୁରୀ ଐତିହ୍ୟ କରିଡରରେ ବେନିୟମ କାମ ହେଉଥିବା ଅଭିଯୋଗ କରି ଶାସକଦଳ ଉପରେ ବର୍ଷଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କିନ୍ତୁ ସେତେବେଳ ଦଳୀୟ ଫୋରମରୁ କୈାଣସି ନେତା ଏ ବାବଦରେ ମୁହଁ ଖୋଲି ନଥିଲେ । ଆଉ ଏବେ ହଠାତ ଶ୍ରୀମନ୍ଦିର ସୁରକ୍ଷା ଦାବିରେ ବିଜେପିର ଏହି ଆନ୍ଦୋଳନ, ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ପ୍ରକଳ୍ପ ନିୟମ ଅନୁଯାୟୀ ହେଉ ନଥିବା ନେଇଏଏସଆଇ ଡିଜିଙ୍କୁ ଭେଟି ଅଭିଯୋଗ କରିଥିଲେ । ସଂସଦରେ ଏହି ପ୍ରସଙ୍କ ଉଠାଇଥିଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ସମୟରେ ରାଜ୍ୟର ଜଣେ ମଧ୍ୟ ନେତା ଅପରାଜିତାଙ୍କ ସମର୍ଥନରେ ବାହାରିନଥିଲେ । ବିଜେଡି କହିଛି, ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ ।

ପୁରୀ ଐତିହ୍ୟ ପ୍ରକଳ୍ପ କାମକୁ ନେଇ ରାଜନୈତିକ ଲଢେଇ ଚାଲିଥିବା ବେଳେ କିନ୍ତୁ ମନ୍ଦିର ରକ୍ଷଣା ବେକ୍ଷଣା ଓ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ସଂସ୍ଥା ଏଏସଆଇ ଓ ଏନଏମଏ । ଆଉ ଏହାରି ଭିତରେ ଖନନ ଓ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ତେଣୁ ବିଜେପିର ଏହି ସୋସିଆଲ ମିଡିଆ କ୍ୟାମ୍ପେନ ପ୍ରକୃତରେ କରିଡରକୁ ବିରୋଧ କରିବାକୁ ନା କେବଳ ଜନ ସମର୍ଥନ ହାସଲ କରିବାକୁ ତାହାକୁ ନେଇ ପ୍ରଶ୍ନ ଉଠିଛି ।