କେରଳ କୋଲାମ୍ ଜିଲ୍ଲାରେ ଉତେଜନା: ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ କରାଗଲା ବାଧ୍ୟ

230

କନକ ବ୍ୟୁରୋ: ନିଟ୍ ପ୍ରବେଶିକା ପରୀକ୍ଷାବେଳେ କେରଳରେ ଘଟିଛି ଲଜ୍ଜାଜନକ ଘଟଣା । ଯାଂଚ ନାରେ ଛାତ୍ରୀଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଛି । ବିନା ଇନୟର ୱେୟରରେ ୩ ଘଂଟା ପରୀକ୍ଷା ହଲରେ ବସିଛନ୍ତି ଛାତ୍ରୀ । ଏହି ଘଟଣାକୁ ନେଇ କେରଳ କୋଲାମ୍ ଜିଲ୍ଲାରେ ଉତେଜନା ସୃଷ୍ଟି ହୋଇଛି । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ଅଭିଭାବକ । ଅଭିଯୋଗକୁ ଭିତି କରି ପୋଲିସ ସେମାନଙ୍କ ନାଁରେ ଧାରା ୩୫୪ ଓ ୫୦୯ ଅଧିନରେ ମାମଲା ରୁଜୁ କରିଛି ।

ପରୀକ୍ଷା ଦେବାକୁ ଯାଇଥିବା ପ୍ରାୟ ୯୦ ପ୍ରତିଶତ ଛାତ୍ରୀ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା କୁହାଯାଉଛି । ବିବାଦ ବଢ଼ୁଥିବାବେଳେ କେରଳ ସରକାରଙ୍କ ପକ୍ଷରୁ ଏହି ଘଟଣାର ନିନ୍ଦା ମଧ୍ୟ କରାଯାଇଛି । କେରଳର ଶିକ୍ଷାମନ୍ତ୍ରୀ ନିଜ ବୟାନ୍ରେ କହିଛନ୍ତି, ଯାହା ଘଟିଲା, ତାହା ଭୁଲ, ଓ ଏହାକୁ ବରଦାସ୍ତ କରାଯିବ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ଏଥିପାଇଁ ପରୀକ୍ଷା ଆୟୋଜକ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ମାନବ ଅଧିକାର ଆୟୋଗ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଗ୍ରାମୀଣ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।