କଠୋର ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ଆଚରଣ ବିଧି ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

131

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନବେଳେ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଆସିଲାଣି ପୁଳା ପୁଳା ଅଭିଯୋଗ । ଆଉ ଏଭଳି ଅଭିଯୋଗ ପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଭୋଟରଙ୍କୁ ଲାଂଚ ଓ ପ୍ରଲୋଭନ ଭଳି ଅଭିଯୋଗ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ସିଇଓ ।

-ବର୍ତମାନ ସୁଦ୍ଧା ୧୦୨ଟି ଅଭିଯୋଗ ଆସିଛି
-୨୧୬ ଜଣ ଗିରଫ ହୋଇଛନ୍ତି

ଭିଜିଲ ଆପ ମାଧ୍ୟମରେ ଲୋକ ଅଭିଯୋଗ କରିପାରିବେ । ଆଉ ଅଭିଯୋଗ ଆସିଲେ ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ହେବ । ବିଜେପି କନଫ୍ଲିଟ ଅଫ ଇଂଟରେଷ୍ଟର ଅଭିଯୋଗ ଆଣିବା ପରେ ଏହା ଉପରେ ବି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଧାମନଗରେ ଟଙ୍କା ବଂଟାକୁ ନେଇ ବିଜେଡି-ବିଜେପି ର ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଦିଲ୍ଲୀର ନିର୍ବାଚନ କମିଶନଙ୍କୁ ଭେଟ ବିଜେପି ବିରୋଧରେ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ । ବିଜେଡି ଅଭିଯୋଗ କରିଛି, ମିଶନ ଶକ୍ତି ମହିଳାଙ୍କୁ ବଦନାମ କରୁଛି ବିଜେପି । ଏହାଛଡା ଅର୍ଥବଳ ସାହାରା ନିଆଯାଉଛି ଓ ପ୍ରଶାସନଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏପଟେ ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଫେରାଦ ହୋଇଛି ବିଜେପି । ବିଜେପି କର୍ମୀଙ୍କୁ ଭୟଭୀତ କରାଯାଉଛି ବୋଲି ଦଳ ଅଭିଯୋଗ ଆଣିଛି ।

ଏପଟେ ଧାମନଗରରେ ଭୋଟଦାନର ତାରିଖ ଯେତେ ପାଖେଇ ଆସୁଛନ୍ତି ନିର୍ବାଚନ ମାହୋଲ ସେତିକି ଗରମ ହେବାରେ ଲାଗିଛି । ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ଅନୁକମ୍ପା ଓ ଯୁବ ଭୋଟର ତାଙ୍କ ସପକ୍ଷରେ ଅଛି ବୋଲି ସେ ଦାବି କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବି ଧାମନଗରରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ।

ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠାରୁ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୮ ଓ ୨୯ ତାରିଖ ଦୁଇଦିନ ଧରି ସେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିବେ ।