ଟିଆରଏସ ବିଧାୟକଙ୍କୁ ବିଜେପିରେ ସାମିଲ ହେବାକୁ ଅଫର । ଏପରି ଅଫରକୁ ବିରୋଧ କରି ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ହଙ୍ଗମା

84

କନକ ବ୍ୟୁରୋ : ଟିଆରଏସ ବିଧାୟକଙ୍କୁ ଦଳ ପରିବର୍ତନ କରି ବିଜେପିରେ ସାମିଲ କରିବାକୁ ବିଜେପି ଉଦ୍ୟମ କରିଛି । ଏହାକୁ ବିରୋଧ କରି ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଓ ନେତା ମାନେ ପ୍ରତିବାଦ କରିଛନ୍ତି । ଏହି ବୁଝାମଣା କରୁଥିବା ୩ ଜଣଙ୍କୁ ଗୋଟାଏ ଫାର୍ମ ହାଉସରୁ ଧରାଯାଇ ଅଟକ ରଖାଯାଇଛି । ଟାର୍ଗେଟରେ ଥିବା ଟିଆରଏସର ୪ଜଣ ବିଧାୟକ ଏନେଇ ପୁଲିସକୁ ସୂଚନା ଦେଇଥିବା କହିଛନ୍ତି ତେଲେଙ୍ଗାନା ପୁଲିସ ମୁଖ୍ୟ ଷ୍ଟିଫେନ ରବିନ୍ଦ୍ରନ୍ । ବିଧାୟକଙ୍କୁ କିଣିବା ନିମନ୍ତେ ୧୦୦ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି । ମୁଖ୍ୟ ସୂତ୍ରଧରଙ୍କୁ ୧୦୦ କୋଟି ଟଙ୍କା ଓ ଏହା ସହ ପ୍ରତ୍ୟେକ ବିଧାୟକଙ୍କୁ ୫୦ କୋଟି ଲେଖାଏଁ ଅଫର ଦିଆଯାଇଛି