ମହାଶିବରାତ୍ରୀ ପାଇଁ ଶେଷ ହେଲା ପ୍ରଥମ ବୈଠକ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ ।  

169

କନକ ବ୍ୟୁରୋ: ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଜାଗର ଦିନ ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହେଇଛି । ତେବେ ଚଳିତବର୍ଷ  ଲିଙ୍ଗରାଜ ମନ୍ଦିରରେ  ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ହୋଇଛି । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ପୂଜା ରୀତିନୀତି ଅନୁସାରେ ହେବ । ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବ ।  ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା , ପାଲିଙ୍କିଆ ନିଯୋଗ ବୈଠକରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।