ବିହାର ପରି ତାମିଲାନାଡୁରେ ମଦମୃତ୍ୟୁ ତାଣ୍ଡବ, ୩୬ ଘଣ୍ଟାରେ ବିଷାକ୍ତ ମଦ ପିଇ ୨୩ଜଣଙ୍କ ମୃତ୍ୟୁ

136

କନକ ବ୍ୟୁରୋ : ବିଷାକ୍ତ ମଦ ନେଉଛି ଜୀବନ । ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୨୦ରୁ ଉଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ଅନେକ ଲୋକେ ଅସୁସ୍ଥ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ଲଢ଼େଇ କରୁଛନ୍ତି । ବିଶେଷ କରି ବିଷାକ୍ତ ମଦ ପିଇ ତାମିଲନାଡୁର ବିଲୁପୁରମରେ ୧୬ ଓ ଚେଙ୍ଗଲପଟୁ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ରାଷ୍ଟ୍ରୀୟ ମାନବଧିକାର ଆୟୋଗ ତାମିଲନାଡ଼ୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ମଙ୍ଗଳବାର ଏହି ମାମଲାର ଯାଂଚ ପାଇଁ ସିବି-ସିଆଇଡ଼ିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହପରି ବେଆଇନ ମଦ ପ୍ରସ୍ତୁତ ଅଭିଯୋଗରେ ମୋଟ ୮ ଜଣଙ୍କୁ ଗିରଫ ଗିରଫ କରିଛି ତାମିଲନାଡୁ ପୁଲିସ । ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ହୋଇଥିବା ବିଷାକ୍ତ ମଦରେ ମିଥାନଲ ଥିବା ସନ୍ଦେହ କରି ଲ୍ୟାବକୁ ପଠାଯାଇଛି ।

ସୂଚନା ଅନୁଯାୟୀ , ଶନିବାର ବିଲୁପୁରମ ଜିଲ୍ଲା ମରକନମ୍ରେ ଏକ ବିବାହ ଉତ୍ସବରେ ପ୍ରାୟ ୫୦ ଜଣ ଭଳି ଲୋକ ସେଠାରେ ମଦ ପିଇଥିଲେ । ପରେ ହଠାତ ଖୁବ ଜୋରରେ ସେମାନେ ବାନ୍ତି କରିବା ଆରମ୍ଭ କରିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହସ୍ପିଟାଲରେ ପହଁଚିବା ପରେ ସେଠାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ସଂଖ୍ୟା ବଢ଼ିବା ସହ ହସ୍ପିଟାଲରେ ଭର୍ତି ହୋଇଥିବା ଲୋକଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି ।

ଘଟଣାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ହସ୍ପିଟାଲରେ ଭର୍ତି ଲୋକଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି