ବଲିଉଡ ପ୍ରେମରେ ପଡିଲେ ଆମେରିକା ରାଷ୍ଟ୍ରଦୂତ, କିଙ୍ଗ ଖାନ ଶାହାରୁଖଙ୍କୁ ମନ୍ନତରେ ଭେଟିଲେ ଏରିକ ଗାର୍ସିଟି

331

କନକ ବ୍ୟୁରୋ : ଏହା ମୋର ବଲିଉଡ଼ରେ ଡେବ୍ୟୁ କରିବାର ସମୟ କି? ବୋଲି ମଜାଳିଆ କ୍ୟାପ୍ସନ ଲେଖିଛନ୍ତି ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସିଟି । ତେବେ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସିଟି ମଙ୍ଗଳବାର ଦିନ ବଲିଉଡ଼ର ବାଦଶାହା ଶାହାରୁଖ ଖାନଙ୍କୁ ଭେଟିଛନ୍ତି । ମୁମ୍ବାଇରେ ଥିବା ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତରେ ଶାହାରୁଖ ଖାନ ଓ ରାଷ୍ଟ୍ରଦୂତ ଏରିକ ଗାର୍ସିଟଙ୍କ ଦେଖା ସାକ୍ଷାତ ହୋଇଛି । ଏହି ଅବସରରେ ମୁମ୍ବାଇରେ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରିବା ସହ ବିଶ୍ୱରେ ହଲିଉଡ଼ ଏବଂ ବଲିଉଡ଼ ଫିଲ୍ମର ସାଂସ୍କୃତିକ ପ୍ରଭାବ ବିଷୟରେ ଚର୍ଚ୍ଚା କରିଛନ୍ତି ଏହି ଦୁଇ ପ୍ରମୁଖ ବ୍ୟକ୍ତିିତ୍ୱ । ଶାହାରୁଖ ଖାନଙ୍କ ସହ ଭେଟି ଖୁବ ଖୁସି ଅଛନ୍ତି ଏରିକ ଗାର୍ସିଟି । ଶାହାରୁଖଙ୍କୁ ଭେଟିଥିବା କଥା ନିଜେ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ‘ଏହା ମୋର ବଲିଉଡ଼ରେ ଡେବ୍ୟୁ କରିବାର ସମୟ କି?’ ବୋଲି ମଜାଳିଆ କ୍ୟାପ୍ସନ ଲେଖିଛନ୍ତି । ତେବେ ବହୁବାର ଦେଖାଯାଏ ବିଦେଶରୁ ଆସୁଥିବା ଲୋକମାନେ ଆମ ସଂସ୍କୃତି ପରମ୍ପରାକୁ ସମ୍ମାନ ଦେବା ସହ କିପରି ଆମ ବଲିଉଡ଼ ଷ୍ଟାରମାନଙ୍କୁ ଦିଲସେ ଭଲ ପାଇଥାନ୍ତି । ସେମାନଙ୍କ ସହ ଫଟୋ ଉଠାଇବା ପାଇଁ କିପରି ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତିା