ନକଲି ମଦ କାରଖାନାରେ ଚଢାଉ : ୨ ମାଫିଆଙ୍କୁ ଗିରଫ କଲା ଅବକାରୀ ବିଭାଗ

60

କନକ ବ୍ୟୁରୋ : ନକଲି ମଦ କାରଖାନା ସହ ଦୁଇ ମାଫିଆଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗ । ପୂଜା ବଜାରରେ ବାହାର ରାଜ୍ୟରୁ ଆସୁଥିବା ନକଲି ମଦ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା ।

ଯାହା ପରେ ଅବକାର ବିଭାଗର ସ୍ୱତନ୍ତ୍ର ଟିମ୍ ପାନପୋଷ ସ୍ଥିତ ପାର୍ଲ ହାଇଟ୍ ନିକଟରେ ଥିବା ଏକ ନକଲି ମଦ କାରଖାନା ଉପରେ ଚଢ଼ାଉ କରିଛି । ସେଠାରୁ ଅବକାରୀ ବିଭାଗ ୧୮୨ ଲିଟର ନକଲି ବିଦେଶୀ ମଦ, ବହୁ ପରିମାଣ ନକଲି ଲେବଲ, ବୋତଲ ସିଲିଂ ମେସିନ୍ ଆଦି ଜବତ କରିଛି । ଏହା ସହ ମଦ ବିକ୍ରି ପାଇଁ ବ୍ୟବହୃତ ଏକ କାର୍ ଓ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି । ଗିରଫ ଦୁଇ ମଦ ମାଫିଆ ଶତୃଘ୍ନ ପଶାୟତ ଓ ଗଣେଣ ରାଉତକୁ କୋର୍ଟ ଚାଲାଣ କରାଯାଇଛି ।