୧୧ଟି ରାଜ୍ୟରେ ଏନଆଇଏ ବଡ଼ ଧରଣର ରେଡ୍ : ପିଏଫଆଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ୧୦୬ ସଦସ୍ୟ ଗିରଫ
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଗୁପ୍ତ ତାଲିମ ଦେଉଥିବା ଅଭିଯୋଗ; ବିରୋଧରେ କର୍ଣ୍ଣାଟକ ଓ କେରଳରେ ରାସ୍ତାକୁ ଓହ୍ଲାଇଲେ ସଂଗଠନ
କନକ ବ୍ୟୁରୋ : ଦେଶବ୍ୟାପୀ ଏନଆଇଏ ଓ ଇଡିର ଚଢାଉ । ପିଏଫଆଇ ବା ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ଓ ଏହାସହ ଲିଙ୍କ ଅଭିଯୋଗରେ ବିଭିନ୍ନ ରାଜ୍ୟରେ ଚଢାଉ କରି ସଦସ୍ୟଙ୍କୁ ଗିରଫ କରାଯାଇଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଗୁପ୍ତ ତାଲିମ ଦେଉଥିବା ଅଭିଯୋଗରେ ଏହି ଚଢାଉ ଜାରି ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୧୦୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଟେରର ଫଣ୍ଡିଂ ଓ କ୍ୟାମ୍ପ ଚଳାଇବା ଅଭିଯୋଗରେ ଏନଆଇଏ, ଇଡି ଓ ରାଜ୍ୟ ପୋଲିସର ମିଳିତ ଚଢାଉ ଜାରି ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଚଢାଉ କରି ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଦିଲ୍ଲୀ ଅଧ୍ୟକ୍ଷଙ୍କ ସମେତ ୧୦୬ଜଣଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଏନଆଇଏ ଦିଲ୍ଲୀ ମୁଖ୍ୟାଳୟକୁ ଅଣାଯାଇପାରେ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପିଏଫଆଇ ଉପରେ ଏନଆଇଏ ଓ ଇଡିର ସବୁଠୁ ବଡ ରେଡ ବୋଲି କୁହାଯାଉଛି । ପିଏଫଆଇର ଜାତୀୟ ଓ ସ୍ଥାନୀୟ ସଦସ୍ୟଙ୍କ ଘରେ ଜୋରଦାର ରେଡ କରୁଛି ଏନଆଇଏ ଓ ଇଡି । ଗିରଫଦାରୀକୁ ବିରୋଧ କରି କର୍ଣ୍ଣାଟକ ଓ କେରଳରେ ରାସ୍ତାକୁ ଓହ୍ଲାଇଲେ ସଂଗଠନ ।
– ଦେଶବ୍ୟାପୀ ଏନଆଇଏ ଓ ଇଡିର ମିଳିତ ଚଢାଉ
– ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଗୁପ୍ତ ତାଲିମ ଅଭିଯୋଗରେ ଚଢାଉ
– ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚଢ଼ାଉ
– ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଦିଲ୍ଲୀ ଅଧ୍ୟକ୍ଷ ଗିରଫ
– ମୋଟ୍ ୧୦୬ ପିଏଫଆଇ ସଦସ୍ୟ ଗିରଫ
– କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଆସାମରେ ଚଢ଼ାଉ
– ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ପୁଡ୍ଡୁଚେରୀରେ ରେଡ
– କେରଳରୁ ୨୨ ଜଣ, ତାମିଲନାଡୁରୁ ୧୦ ଜଣ
– ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୨୦ ଜଣ ଲେଖାଏଁ ଗିରଫ
– ଆସାମରୁ ୯, ଉତ୍ତରପ୍ରଦେଶରୁ ୮, ଆନ୍ଧ୍ରପ୍ରଦେଶରୁ ୫ଜଣ
– ମଧ୍ୟପ୍ରଦେଶରୁ ୪ ଜଣ, ଦିଲ୍ଲୀ ଓ ପୁଡ୍ଡୁଚେରୀ ୩ ଜଣ ଲେଖାଏଁ
– ରାଜସ୍ଥାନରୁ ୨ ଜଣ ପିଏଫଆଇ ସଦସ୍ୟ ଗିରଫ ହୋଇଛନ୍ତି