ସଂସଦର ଶୀତକାଳିନ ଅଧିବେଶନର ୫ମ ଦିନରେ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ,  କହିଲେ ଗୃହରେ ଶତ୍ରୁଙ୍କ ପରି ଆଚରଣ କରୁଛନ୍ତି ବିରୋଧୀ ସାଂସଦ

95

କନକ ବ୍ୟୁରୋ : ସଂସଦର ଶୀତାକାଳୀନ ଅଧିବେଶନ ପଂଚମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା କରାଯାଇଛି । ଦେଶର ଅର୍ଥନୀତି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲୁଥିବା ସମୟରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଥିଲେ କିଛି ବିରୋଧୀଦଳର ସାଂସଦ ଦେଶର ଶତ୍ରୁଙ୍କ ପରି ଆଚରଣ କରୁଛନ୍ତି । ବିରୋଧୀ କହିଥିଲେ ଦେଶର ଅର୍ଥନୀତି ଖସୁଛି ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେଉଛି । ଏହାର ଜବାବ ରଖି ସୀତାରମଣ କହିଥିଲେ କି ଦେଶର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିକାଶ ହେଉଛି ଓ ବୃଦ୍ଧି ମଧ୍ୟ ପାଉଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ବୃଦ୍ଧି ପାଉଛି । ତେବେ ବିରୋଧୀ ଇର୍ଷା ପରାୟଣ ହୋଇ ଦେଶର ଶତ୍ରୁଙ୍କ ପରି ଆଚରଣ କରୁଛନ୍ତି ।