କମୁଛି ଅଶୋଧିତ ତେଲ ଦର । ମିଳୁନି ଖାଉଟିଙ୍କୁ ଫାଇଦା । ପୂର୍ବଭଳି ଗଣୁଛନ୍ତି ଟଙ୍କା ।

119

କନକ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ କମୁଛି ଅଶୋଧିତ ତେଲ ଦର । ଗୋଟିଏ ମାସ ଭିତରେ ବ୍ୟାରେଲ ପିଛା ପ୍ରାୟ ୮ ଡଲାର ହ୍ରାସ ପାଇଛି । କିନ୍ତୁ ଗ୍ରାହକ ଯେଉଁ ଦାମ ଦେଇ ପୂର୍ବରୁ କିଣୁଥିଲେ, ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ । ଗତ ମେ’ ମାସ ଠାରୁ ତେଲ ଦର ବଢିନଥିଲେ ବି ହ୍ରାସ ହୋଇନାହିଁ । ପୂର୍ବରୁ ଅଶୋଧିତ ତେଲ ଅଧିକ ଥିବା ବେଳେ ଦାମ ବଢ଼ିନଥିବାରୁ ଏହାର ଭରଣା ପାଇଁ ଏବେ ତେଲ ଦର କମିନଥିବା କହିଛିି ଉକ୍ରଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ।

ତେଲ ଦରକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସବୁବେଳେ ଟଣା ଉଟରା ଲାଗି ରହିଥିବାବେଳେ ଭାଟ ଓ ଏକ୍ସାଇଜ ଡ୍ୟୁଟିର ପରିସଂଖ୍ୟାନ ବି ତେଲ ଦର ବଢାଇବା ପଛରେ ଏକ ମୁଖ୍ୟ କାରଣ । ନଜର ପକାନ୍ତୁ ଏହି ପରିସଂଖ୍ୟ।।ନ ଉପରେ ।

ଏପ୍ରିଲ ୨୦୨୦ ପେଟ୍ରୋଲ ଗଣିତ
——————–
-ପେଟ୍ରୋଲ ଲିଟର ପିଛା ଉତ୍ପାଦନ ଶୁଳ୍କ ୩ଟଙ୍କା ହ୍ରାସ କରି ୧୯ ଟଙ୍କା ୮୦ ପଇସା ନେଉଛି କେନ୍ଦ୍ର
-କିନ୍ତୁ ତେଲରେ ମୂଳ ଦର ବଢିଥିବାରୁ ରାଜ୍ୟ ସରକାର ଭାଟ ବାବଦକୁ ପାଉଥିବା ଟଙ୍କାରେ ବୃଦ୍ଧି ପାଇଛି ।

ଏପ୍ରିଲ ୨୦୨୦ ପେଟ୍ରୋଲ ଗଣିତ
——————–
ପେଟ୍ରୋଲ ଲିଟର ପିଛା ଭାଟ ବାବଦରେ ଏବେ ୨୧ଟଙ୍କା ୮୫ ପଇସା ନେଉଛି ରାଜ୍ୟ
ତେବେ ରାଜ୍ୟ ସରକାର ଭାଟ ହ୍ରାସ କଲେ ତେଲ ଦର କିଛି କମିପାରେ ବୋଲି କହିଛନ୍ତି ବିଶେଷଜ୍ଞ । ମହଙ୍ଗା ମାଡ଼ରେ ଅତିଷ୍ଟ ହୋଇଥିବା ଖାଉଟି ଏତେ ସବୁ ଜଟିଳ ଗଣିତ ବୁଝୁନଥିବାବେଳେ ତେଲ ଦର କେବେ କମିବ ସେ ନେଇ ଚାହିଁ ବସିଛି ।