ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀରେ ଜିଏସଟି ଓ ଇନକମ୍ ଟାକ୍ସର ଚଢାଉ । ନିର୍ବାଚନ ସମୟରେ ୨ କୋଟିରୁ ଅଧିକ ଟଙ୍କା ଜବତ କଲା ଆୟକର ବିଭାଗ

203

କନକ ବ୍ୟୁରୋ: ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ । ମିଳିଲା ଦୁଇ କୋଟିରୁ ଅଧିକ ନଗଦ ଟଙ୍କା । ବୁଦ୍ଧେଶ୍ୱରୀ କଲୋନୀର ରଞ୍ଜିତ ଜୈନ ଘରେ ଚଢାଉ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି । ଘର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରୁ ଟଙ୍କା ଜବତ କରାଯାଇଛି । ଗତକାଲିଠାରୁ ଆୟକର ବିଭାଗ ରେଡ୍ କରୁଛି । ପ୍ରଥମେ ଜିଏସଟି ଅଧିକାରୀ ରେଡ୍ କରିଥିଲେ । ବିପୁଳ ଟଙ୍କା ରଖିଥିବା ଦେଖି ଇନକମ୍ ଟ୍ୟାକ୍ସ ବିଭାଗକୁ ଅବଗତ କରାଯାଇଥିଲା । ଏତେ ପରିମାଣର ଟଙ୍କା କାହାର, ସେନେଇ ରଞ୍ଜିତ ଜୈନଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ । ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ଜବତ ହୋଇଥିବାରୁ କୌଣସି ରାଜନୈତିକ କାମ ପାଇଁ ଅଣାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।