ଗଞ୍ଜାମ ବୁଗୁଡା ବ୍ଳକରୁ ଆସିଲା ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚିତ୍ର । ସ୍କୁଲରେ ପାନୀୟ ଜଳ ଓ ଶୌଚାଳୟ ନଥିବାରୁ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ ।

78

କନକ ବ୍ୟୁରୋ: ସାମ୍ନାକୁ ଆସିଲା ସ୍ମାର୍ଟ ସ୍କୁଲର ସ୍ମାର୍ଟ ଚିତ୍ର । କାମ ନସରୁଣୁ ଉଦଘାଟନ ହୋଇଥିବା ବେଳେ ଏବେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ବିଶେଷକରି ସ୍କୁଲରେ ଶୌଚାଳୟ ବାହାରକୁ ଶୌଚପାଇଁ ଯିବାକୁ ପଡ଼ୁଛି । ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରୀ, ଲାବ୍ରୋଟରୀ, ସ୍ମାର୍ଟ ଶୌଚାଳୟ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ପରିବେଶକୁ ଚକାଚକ କରିବା ପାଇଁ ପ୍ରତେକ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସରକାର ଅନୁଦାନ ଦେଇଥିବା ବେଳେ ନିଅଣ୍ଟିଆ ହେଲେ ପଞ୍ଚାୟତ ତରଫରୁ ବଳକା ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଗାଇଡ ଲାଇନ ରହିଥିଲା । ଏହି ଯୋଜନା ଅନୁସାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ୯୦ଟି ହାଇସ୍କୁଲକୁ ଫାଇଭ-ଟି ଯୋଜନାରେ ସାମିଲ କରାଯାଇଛି । ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଏହାର ଉଦଘାଟନ କରିସାରିଛନ୍ତି । ଉଦଘାଟନ ହେବାର ବର୍ଷେ ପରେ ମଧ୍ୟ ସ୍କୁଲର କୌଣସି କାମ ସମ୍ପୂର୍ଣ୍ଣ ହୋଇନଥିବା ଜଣାପଡ଼ିଛି ।