ପୂର୍ବ ଶତୃତାକୁ କେନ୍ଦ୍ରକରି ସ୍ୱାମୀ-ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଦୁର୍ବୃତ୍ତ । ଚିକିତ୍ସିତ ଅବସ୍ଥାରେ ସ୍ୱାମୀର ମୃତ୍ୟୁ 

ଉଦଳା-ଠାକୁରମୁଣ୍ଡା ରାସ୍ତାରେ ଟାୟାର ଜାଳି କଲେ ରାସ୍ତାରୋକ

220

କନକ ବ୍ୟୁରୋ: ଅଭିଯୁକ୍ତକୁ ଗିରଫ ଦାବିରେ ତାତିଲେ ଲୋକେ । ଉଦଳା-ଠାକୁରମୁଣ୍ଡା ପୋଡ଼ାଡ଼ିହା ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଆନ୍ଦୋଳନକାରୀ । ଗତ ୨୭ ତାରିଖରେ କପ୍ତିପଦା ଥାନା ନୁଆସାହି ଗାଁର ଅର୍ଜୁନ ଦଣ୍ଡପାଟ ଏବଂ ସୁମତି ଦଣ୍ଡପାଟ ଘରେ ଶୋଇଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ନିଆଁରେ ପୋଡ଼ି ହୋଇ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ୧୨ ଦିନ ଧରି ଚିକିତ୍ସିତ ହେବା ପରେ ଗତ ୮ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ସୁମତି ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଏହି ଘଟଣାକୁ ୧୫ ଦିନ ବିତିଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଗ୍ରାମବାସୀ ଓ ସମ୍ପର୍କୀୟ ଆନ୍ଦୋଳନ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ଝିଅ ।