ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ରେଡ୍ ଜୋନରେ ୩ ଜିଲ୍ଲା; ୟେଲୋ ଜୋନରେ କଟକ

294

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଲଗାତାର ସଂକ୍ରମଣ ବଢିବାରୁ ରାଜ୍ୟର ୩ ଜିଲ୍ଲା ରେଡ୍ ଜୋନରେ ରହିଛି । ଖୋର୍ଦ୍ଧା, ସୁନ୍ଦରଗଡ ସହ ସମ୍ବଲପୁର ରେଡ୍ ଜୋନରେ ସାମିଲ ହୋଇଛି । ୟେଲୋ ଜୋନରେ କଟକ ରହିଛି । ସେପଟେ, ଆଜି ୭୦୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୯୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୦୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଅନୁଗୁଳ ଜିଲ୍ଲାରୁ ୮୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୯୮ ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୫୪ ଜଣ, ବଲାଙ୍ଗୀରରୁ ୧୯୦ ଜଣ, ବୌଦ୍ଧରୁ ୨୦ ଜଣ, କଟକରୁ ୫୦୫ ଜଣ, ଦେବଗଡ଼ରୁ ୧୮ ଜଣ, ଢେଙ୍କାନାଳରୁ ୫୫ ଜଣ, ଗଞ୍ଜାମରୁ ୧୧୧ଜଣ, ଗଜପତିରୁ ୪୫ ଜଣ, ଜଗତସିଂହପୁରରୁ ୬୦ ଜଣ, ଯାଜପୁରରୁ ୧୩୦ ଜଣ, ଝାରସୁଗୁଡ଼ାରୁ ୧୪୩ ଜଣ, କଳାହାଣ୍ଡିରୁ ୭୩ ଜଣ, କନ୍ଧମାଳରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝରରୁ ୬୫ ଜଣ, କୋରାପୁଟରୁ ୧୦୭ ଜଣ, ମାଲକାନଗିରିରୁ ୬ ଜଣ, ମୟୂରଭଞ୍ଜରୁ ୨୦୧ ଜଣ, ନବରଙ୍ଗପୁରରୁ ୯୫ ଜଣ, ନୟାଗଡ଼ରୁ ୩୫ ଜଣ, ନୂଆପଡ଼ାରୁ ୨୬ ଜଣ, ପୁରୀରୁ ୧୫୬ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ରାୟଗଡ଼ାରୁ ୩୬ ଜଣ, ସମ୍ବଲପୁରୁ ୬୦୯ ଜଣ, ସୋନପୁରରୁ ୬୧ ଜଣ, ସୁନ୍ଦରଗଡ଼ରୁ ୧୧୪୭ ଜଣ ଓ ଷ୍ଟେଟ ପୁଲରୁ ୪୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୮୨ ହଜାର ୭୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୭ ହଜାର ୩୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୭ ହଜାର ୨୧୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।