ସିଙ୍ଗଲ ବେଡରୁମ୍, ୮୪ ଆକାଉଣ୍ଟ, ୮୫୪ କୋଟିର ଠକେଇ… ୨ ଇଞ୍ଜିନିୟରଙ୍କ ଠକେଇ ତରିକା ଜାଣିଲେ ଅଶ୍ଚର୍ଯ୍ୟ ହେବେ

787

କନକ ବ୍ୟୁରୋ: ଗୋଟିଏ ବଖରା ଘର, ୮୪ ଆକାଉଣ୍ଟ ଓ ୮୫୪ କୋଟି ଟଙ୍କାର ମହା ଠକେଇ । ବେଙ୍ଗାଳୁରୁ ପୁଲିସ ଯେତେବେଳେ ୩୫ ବର୍ଷର ଜଣେ ଏମବିଏ ଗ୍ରାଜୁଏଟ୍ ଓ ୩୬ ବର୍ଷର ସଫ୍ଟଓୟାର ଇଞ୍ଜିନିୟରଙ୍କୁ ଧରିଲା ସେତେବେଳେ ସେମାନଙ୍କ ଠକେଇର ତରିକା ଜାଣିବା ପରେ ପୁଲିସର ହୋସ୍ ଉଡିଯାଇଥିଲା । ଦୁଇ ଅଭିଯୁକ୍ତ ଠକେଇର ଏପରି ଜାଲ ବିଛାଇଥିଲେ ତାହା ଜାଣି ପୁଲିସର ମୁଣ୍ଡ ଘୁରେଇ ଦେଇଥିଲା । ଦୁଇ ଅଭିଯୁକ୍ତଙ୍କ ସହ ସେମାନଙ୍କ ୪ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ ।

କେମିତି ଫିଟିଲା ଗୁମର?

ବେଙ୍ଗାଳୁରୁ ପୁଲିସରେ ଅଭିଯୋଗ କରିଥିଲେ ଜଣ ୨୬ ବର୍ଷୀୟା ମହିଳା । ତାଙ୍କୁ ହ୍ୱାଟ୍ସଆପ୍ ଜରିଆରେ କମ୍ ନିବେଶ କରି ଅଧିକ ରୋଜଗାର କରିବାର ଲୋଭ ଦେଖାଇ ଏକ ମେସେଜ୍ ପଠାଗଲା । ପ୍ରଥମେ ତାଙ୍କର କିଛି ରୋଜଗାର ହୋଇଥିଲା । କିନ୍ତୁ ପରେ ନିବେଶ କରିଥିବା ୮.୫୦ ଲକ୍ଷ ଟଙ୍କା ଗୁମ୍ ହୋଇଗଲା । ବେଙ୍ଗାଳୁରୁ ସାଇବର କ୍ରାଇମ ଡିପାର୍ଟମେଣ୍ଟ ମାମଲାର ଯାଞ୍ଚ କରୁକରୁ ତାଙ୍କ ହାତରେ ଏଭଳି ଗ୍ୟାଙ୍ଗ ପଡିଥିଲା ଯାହା ସାରା ଦେଶରେ ସାଇବର କ୍ରାଇମର କାୟା ବିସ୍ତାର କରିଥିଲା ।

 କିଭଳି ଲୋକଙ୍କୁ ଠକୁଥିଲେ?

ପୁଲିସର କହିବା ମୁତାବକ, ୩୩ ବର୍ଷୀୟ ଏମବିଏ ଗ୍ରାଜୁଏଟ୍ ମନୋଜ ଶ୍ରୀନିବାସ ଓ ୩୬ ବର୍ଷର ସଫ୍ଟଓୟାର ଇଞ୍ଜିନିୟର ଫଣୀନ୍ଦ୍ର କେ. ୨ ବର୍ଷ ପୂର୍ବରୁ ଉତ୍ତର ବେଙ୍ଗାଳୁରୁର ଏକ ସିଙ୍ଗଲ ରୁମ ଭଡାରେ ନେଇଥିଲେ । ଏଠାରେ ଏକ ପ୍ରାଇଭେଟ୍ କମ୍ପାନୀ ଖୋଲିଲେ  ଏବଂ ଦୁୁଇଜଣ ପିଲାଙ୍କୁ ନିଯୁକ୍ତ କଲେ । ଏହି ଦୁଇ ନିଯୁକ୍ତି ପିଲାଙ୍କ କାମ ଥିଲା ୨୪ ଘଣ୍ଟା ୮ଟି ଫୋନକୁ ଆକ୍ଟିଭ ରଖିବା  । ଫୋନ ଗୁଡିକୁ ଏଥିପାଇଁ ୨୪ ଘଣ୍ଟା ଆକ୍ଟିଭ ରଖୁଥିଲେ କାରଣ ଠକେଇର ଅର୍ଥ ଫେକ୍ ଆକାଉଣ୍ଟ ଜରିଆରେ ଗୋଟିଏ ଆକାୁଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇପାରିବ । ଏହାସହ କ୍ରେପ୍ଟୋ କରେନ୍ସି, ଗେମିଙ୍ଗ ଆପ୍ ଓ ଅନଲାଇନ୍ କୈସିନୋରେ ମଧ୍ୟ ଏହି ଅର୍ଥକୁ ନିବେଶ କରାଯାଇପାରିବ ।

 ଗଣମାଧ୍ୟମ ରିପୋର୍ଟ ମୁତାବକ, ଧରାପଡିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜର ଏକ ଗେମିଙ୍ଗ ଆପ୍ ଆରମ୍ଭ କରିବାକୁ ଚାହୁଁଥିଲା । କିଛି ଠକେଇ ଅର୍ଥ ଅନ୍ତର୍ଜାତୀୟ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ରାନ୍ସଫର ହେବା ସହ କୋଟି କୋଟି ଟଙ୍କା ବିଦେଶୀ କମ୍ପାନୀମାନଙ୍କରେ ମଧ୍ୟ ନିବେଶ ହୋଇଛି ।

ହ୍ୱାଟ୍ସଆପ୍ ଓ ଟେଲିଗ୍ରାମରେ କରୁଥିଲେ ଠକେଇ—

ବେଙ୍ଗାଳୁରୁ ପୁଲିସର କହିବା ମୁତାବକ, ଦୁଇ ଅଭିଯୁକ୍ତ ପ୍ରଥମେ ହ୍ୱାଟ୍ସଆପ ଓ ଟେଲିଗ୍ରାମ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରି ପ୍ରଥମେ ୧୦୦୦ରୁ ୧୦,୦୦୦ ଯଏଁ ନିବେଶ କରିବାକୁ କହୁଥିଲେ । ଏଥିରୁ ତାଙ୍କୁ ଦୈନିକ ୫,୦୦୦ ଟଙ୍କା ମିଳିବ ବୋଲି କହୁଥିଲେ । ଦୁଇ ଅଭିଯୁକ୍ତ ‘ୱାଇନ୍ ଗ୍ରୁପ’ ନାମରେ ଏକ ଆପ୍ କରିଥିଲେ ।

ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସାଇବର ପୋର୍ଟାଲରେ ସାରା ଦେଶରୁ ପାଖାପାଖି ୫୦୧୩ଟି ମାମଲା ଦାଏର କରାଯାଇଛି । ଏଥିରୁ ସବୁଠୁ ଅଧିକ ମାମଲା ତେଲେଙ୍ଗାନାରୁ ଆସିଥିବାବେଳେ , ୬୪୨ ମାମଲା ଗୁଜୁରାଟରୁ ଆସିଛି, ୫୦୫ ମାମଲା ୟୁପିରୁ ଆସିଥିବାବେଳେ ୪୮୭ଟି ମାମଲା କର୍ଣ୍ଣାଟକରୁ ଏବଂ ୧୭ଟି ମାମଲା ବେଙ୍ଗାଳୁରୁୁରୁ ଦାଏର ହୋଇଛି ।