ଏହି ସବୁ ସ୍ଥାନ ଦୁନିଆର ସବୁଠୁ ମହଙ୍ଗା ସହର: ଟପ୍ ୧୦୦ରେ ନାହିଁ ଭାରତର କୌଣସି ସହର 

226

କନକ ବ୍ୟୁରୋ: ଦୁନିଆରେ ରହିବା ପାଇଁ ସିଙ୍ଗାପୁର ଆଉ ନ୍ୟୁୟର୍କ ହେଉଛି ସବୁଠାରୁ ମହଙ୍ଗା ସହର । ଏମିତି ଏକ ଦାବି କରିଛି ଲଣ୍ଡନ ଇକୋନୋମିଷ୍ଟ ଇଣ୍ଟେଲିଜେଣ୍ଟସ ୟୁନିଟର ୱର୍ଲ୍ଡୱାଇଡ କଷ୍ଟ ଅଫ ଲିଭିଙ୍ଗ ସର୍ଭେ । ଏହି ସର୍ଭେ ଅନୁସାରେ ନ୍ୟୁୟର୍କ ପ୍ରଥମ ଥର ପାଇଁ ଏହି ଲିଷ୍ଟର ଟପରେ ରହିଛି । ଇସ୍ରାଏଲର ତେଲ ଅବିବ ସହର ଯିଏ ଗତ ବର୍ଷ ପ୍ରଥମ ଥିଲା ଏଥର ଏହା କୃତୀୟ ନମ୍ବରକୁ ଖସିଯାଇଛି ।

ଚଳିତ ବର୍ଷ ମହଙ୍ଗା ସହରରେ ରହିବା ହାର ୮.୧ ବଢିଛି । ଯାହା ୨୦ ବର୍ଷରେ ସବୁଠାରୁ ଅଧିକ । ଏହାର କାରଣ ୟୁକ୍ରେନ-ଋଷ ଯୁଦ୍ଧ ଓ କୋଭିଡ ମହାମାରୀରର ପ୍ରଭାବ ବୋଲି କୁହାଯାଉଛି । ତେବେ ଏହି ଲିଷ୍ଟରେ ୩ଟି ଭାରତୀୟ ସହର ରହିଛି । ହେଲେ ଟପ୍ ୧୦୦ରେ କେହି ସହର ନାହାନ୍ତି । ଭାରତୀୟ ସହର ମଧ୍ୟରୁ ବେଙ୍ଗାଲୁରୁ ୧୬୧, ଚେନ୍ନାଇ ୧୬୪ ଓ ଅହମ୍ମଦାବାଦ ୧୬୫ ତମ ସ୍ଥାନରେ ରହିଛି । ଏହି ଲିଷ୍ଟରେ ଦେଶର ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇର ନାଁ ନାହିଁ ।

ଦୁନିଆର ୧୦ ମହଙ୍ଗା ସହର ମଧ୍ୟରୁ ଆମେରିକାର ୩ ସହର ନୁୟର୍କ, ଲସ ଏଞ୍ଜେଲସ, ସେନ ଫ୍ରାନ୍ସିସକୋ ସାମିଲ ଅଛି । ତେବେ ଟପ ୧୦ରେ ଥିବା ସହର ଗୁଡିକ ହେଲା- ନ୍ୟୁୟର୍କ, ସିଙ୍ଗାପୁର, ତେଲ ଅବିବ୍, ହଂକ, ଲସ ଏଞ୍ଜେଲସ, ଜୁରିଖ, ଜେନେବା, ସେନ ଫ୍ରାନ୍ସିସକୋ, ପ୍ୟାରିସ ଓ ସିଡନୀ ।